ଅନ୍ୟପଟେ ଲଗାତାର ଦୁଇଟି ମ୍ୟାଚ ଜିତି ଫାଇନାଲର ନିକଟତର ହେବାକୁ ଶ୍ରୀଲଙ୍କା ଲକ୍ଷ୍ୟ ରଖିଛି। ଭାରତର ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କୁ ଭଲ ପ୍ରଦର୍ଶନ ଦେଖାଇବାର ଆବଶ୍ୟକତା ରହିଛି। ସେପଟେ କୋହଲି ଫର୍ମକୁ ଫେରିଥିବା ବେଳେ ଏହା ଟିମ ଇଣ୍ଡିଆ ପାଇଁ ଆଶ୍ବସ୍ତିର ବିଷୟ ହୋଇଛି।
ସେହିପରି ହାର୍ଦ୍ଦିକ ପାଣ୍ଡିଆ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥଙ୍କୁ ନେଇ ଭାରତ ର ମିଡିଲ ଅର୍ଡର ମଜବୁତ ରହିଛି। ବୋଲିଂରେ ରବି ବିଷ୍ନୋଇଙ୍କୁ ବାଦ ଦିଆଯାଇ ଆଜିର ମ୍ୟାଚରେ ରବିଚନ୍ଦ୍ରନ ଅଶ୍ବିନୀଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି।