ପ୍ରଥମ ଦିନରେ 'ଓଡ଼ିଆ' ଓ ଦ୍ଵିତୀୟ ଦିନରେ 'ସ୍ୱାଭିମାନ' ଉପରେ ଆଲୋଚନା ହୋଇଥିବା ବେଳେ ଆଜି 'ସ୍ୱାବଲମ୍ବନ' ଉପରେ ଆଲୋଚନା ହେଉଛି । ଯେଉଁଥିରେ ସୋଆ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦାମୋଦର ଆଚାର୍ଯ୍ୟ , ଆପୋଲୋ ହସ୍ପିଟାଲ ମୁଖ୍ୟ ଆଶିଷ ପତି, ଅର୍ଥନୀତିଜ୍ଞ ସନ୍ତୋଷ କୁମାର ମହାପାତ୍ର, ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପୂର୍ବତନ ଡାଇରେକ୍ଟର ଡକ୍ଟର ଅଶୋକ କୁମାର ମହାପାତ୍ର , ସନ୍ଦୀପ ଦାସ, ଡ. ଯଦୁମଣି ଜେନା, ପ୍ରମୁଖ ଯୋଗ ଦେଇଛନ୍ତି ।
ତୃତୀୟ ଦିନରେ ସନ୍ଧ୍ୟାରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରି ଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗ ଦେଉଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଚଳିତବର୍ଷ 'ଓଡିଶା ପର୍ବ'ର ବିଷୟବସ୍ତୁ ରହିଛି ଅନନ୍ୟ ଓଡିଶା । 3 ଦିନିଆ ଓଡିଶା ପର୍ବ କାର୍ଯ୍ୟକ୍ରମରେ ଓଡିଶା କଳା ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଏକାଧିକ ବିଷୟବସ୍ତୁ ଉପସ୍ଥାପନ କରାଯାଉଛି । ଗତକାଲି ଓଡିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ଆହେ ନୀଳ ଶଇଳ ପରିବେଷଣ କରାଯାଇଥିଲା । ଜାବାହାରଲାଲ ନେହେରୁ ଷ୍ଟାଡିୟମର ଖୋଲା ମଞ୍ଚରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର