ଅର୍ଗସ ବ୍ୟୁରୋ : ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିରୁ ବହିଷ୍କାର ପ୍ରସଙ୍ଗ । କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ବୋଲି ପ୍ରଶ୍ନ କଲେ ବିଜେପି ବିଧାୟକ । ଭିଜିଲାନ୍ସ ତଦନ୍ତରେ ସୁଧାଂଶୁଙ୍କ ସମ୍ପୃକ୍ତି ବିଷୟରେ ସ୍ପଷ୍ଟ ହୋଇଛି । ସୁଧାଂଶୁଙ୍କ ଦ୍ବାରା ହୋଇଥିବା ମହାଠକେଇ ହେଉଛି ୨୦୧୭ରୁ ୨୦୨୦ ସମୟରେ । ଚାଷୀଙ୍କର କୋଟି କୋଟି ଟଙ୍କାର ସବସିଡି ହଡ଼ପ ନେଇ ଭିଜିଲାନ୍ସ ତଦନ୍ତରେ ସ୍ପଷ୍ଟ ହୋଇଛି । ସ୍ପଷ୍ଟ ହେବା ପରେ ବି କାହିଁକି ରାଜ୍ୟ ସରକାର ଦୀର୍ଘ ଦିନ ଧରି ଚୁପ୍ ବସିଥିଲେ ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଲୋକାୟୁକ୍ତଙ୍କ ରିପୋର୍ଟରେ ଅଭିଯୋଗ ପ୍ରମାଣିତ ପରେ ବି କାହିଁକି ଗିରଫ ହୋଇନାହାନ୍ତି ସୁଧାଂଶୁ ? କେବେ ଚାଷୀମାନେ ହରାଇଥିବା ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରି ପାଇବେ ? । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରେସ୍ ରିଲିଜ୍ କେବେ ଆସିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସ୍ଵଚ୍ଛ ଭାବମୂର୍ତ୍ତିର ନାଟକ ଆଉ ଲୋକେ ବିଶ୍ଵାସ କରୁନାହାନ୍ତି । ବିଜେଡିର ୪୦ ବିଧାୟକଙ୍କ ନାଁରେ ସଙ୍ଗିନ ଅପରାଧିକ ମାମଲା ରହିଛି । ସେମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶ୍ନ କରିଛନ୍ତି ମୁକେଶ ମହାଲିଙ୍ଗ ।
ସେପଟେ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରଶ୍ନ କଲେ ମିଛ ମାମଲାରେ ଫସାଯିବ ବୋଲି ସେ କହିଛନ୍ତି । ଯେଉଁ ଗଣମାଧ୍ୟମ ଏହି ପ୍ରଶ୍ନ କରିବ ତାକୁ ମିଛ ମାମଲାରେ ଫସାଯିବ । ଜଣେ ସଚିବଙ୍କୁ ସମାଲୋଚନା କରିବାରୁ ମିଛ ମାମଲା ଓ କାର୍ଯ୍ୟାନୁଷ୍ଠାନ ହେଉଥିବା ସେ ଅଭିଯୋଗ କରିଛନ୍ତି । ଏହା ବିଜୁ ଜନତା ଦଳ ଭିତରେ ଥିବା ଅସହାୟତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।