ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଅଧକ୍ଷ ଡାକ୍ତର ପ୍ରସନ୍ନଜିତ ମହାନ୍ତି, ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ଓ ନେଫରୋଲୋଜି ବିଭାଗୀୟ ଡାକ୍ତର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ଏସସିବିର ସମସ୍ତ ବିଦ୍ୟାର୍ଥୀ କର୍ମଚାରୀ ହାତରେ ଫ୍ଲାଗ କାର୍ଡ ଧରି ଏହି ରୋଗ ନେଇ ସଚେତନ କରାଇଥିଲେ। ଆଜି ବିଶ୍ୱରେ ପ୍ରତି 10ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି।
ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାଜନକ ହୋଇଛି। ତେବେ କଟକ ଏସସିବି ମେଡିକାଲରେ ଏହି ରୋଗର ସଫଳ ମୁକାବିଲା କରାଯାଉଛି। ଚିକିତ୍ସା ସେବା ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଏହି ରୋଗ ମଧୁମେହ ଉଚ୍ଚ ରକ୍ତ ଚାପ ରୋଗୀଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ଅନିୟମିତ ଖାଦ୍ୟ ଗ୍ରହଣ, ପେନ କିଲର ସେବନ, କମ ପାଣି ପିଇବା ଫଳରେ ମଧ୍ୟ ଏହି ରୋଗ ହୋଇଥାଏ।
ବ୍ୟାପକ ସଚେତନତା ହିଁ ରୋଗକୁ ରୋକିବାର ମୂଳ ଉପାୟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆଜିର ପରିବର୍ତ୍ତିତ ପରିସ୍ଥିତି ତଥା ଜରୁରୀ କାଳୀନ ପରିସ୍ଥିତିରେ କିପରି କିଡନୀ ରୋଗୀ ନିଜକୁ ସୁରକ୍ଷିତ ଓ ସୁସ୍ଥ ରଖିପାରିବେ ସେନେଇ ଚଳିତ ବର୍ଷ ବାର୍ତ୍ତା ପ୍ରଦାନ କରାଯାଇଛି। ଆଜିର ଦିନରେ ଅଧିକରୁ ଅଧିକ ସଂଖ୍ୟାରେ ଆକସ୍ମିକ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି କିଡନୀ ଦାନ କରନ୍ତୁ ବୋଲି ଡାକ୍ତର ଅପିଲ କରିଛନ୍ତି।