ଅର୍ଗସ ବ୍ୟୁରୋ : ଆଜି ବିଶ୍ବ ନାଟ୍ୟ ଦିବସ । ଓଡ଼ିଶାର ଲୋକକଳା ବିଶ୍ୱ ବିଖ୍ୟାତ ,ସେଥିପାଇଁତ ସଞ୍ଜ ନଇଁଲେ ମଞ୍ଚରୁ ଭାସି ଆସେ ମଧୁର ସଂଳାପ। କେବେ ସୁଖର ହସ ତ କେବେ ଦୁଃଖର କୋହ। କାହାଣୀ ମାଧ୍ୟମରେ କିଏ ସମାଜକୁ ସୁଧାରିବାର ବାର୍ତା ଦିଏ, ପୁଣି କିଏ ଇତିହାସର ରଙ୍ଗରେ ହଜାଇ ଦିଏ। ବିଶ୍ୱ ନାଟ୍ୟ ଦିବସ ୧୯୬୧ ମସିହାରୁ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଦ୍ୱାରା ପାଳିତ ହେଉଛି । ଏହା ମାର୍ଚ୍ଚ ମାସ ୨୭ ତାରିଖରେ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନର ବିଭିନ୍ନ ଦେଶରେ ଥିବା ସେଣ୍ଟର ଓ ଆନ୍ତର୍ଜାତୀୟ ନାଟ୍ୟ କର୍ମୀମାନଙ୍କଦ୍ୱାରା ପାଳନ କରାଯାଏ ।
ଅଧିକ ଦେଖନ୍ତୁ : ଆଜି ବିଶ୍ବ ନାଟ୍ୟ ଦିବସ
ନାଟ୍ୟ ଦ୍ବାରା ସୁଖ, ଦୁଖର କାହାଣୀ ମାଧ୍ୟମରେ ସମାଜକୁ ମିଳେ ସୁଧାରିବାର ବାର୍ତ୍ତା । ତେବେ ଆଜି ଓଡ଼ିଶାରେ ନାଟକର ସ୍ଥିତି ବେଶ୍ ସୁଦୃଢ଼ ଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ଅଭାବ, ନାଟକ ଓ ନାଟ୍ୟ କଳାକାରଙ୍କୁ ପଙ୍ଗୁ କରିବାକୁ ବସିଲାଣି। ଏଯାଏ ନାଟକ ଶିଳ୍ପର ମାନ୍ୟତା ମଧ୍ୟ ମିଳିନାହିଁ । ନାଟକ ଓ ଲୋକକଳାର ସୁରକ୍ଷା ପାଇଁ ସରକାର ଆଗେଇ ଆସିବା ଦରକାର ବୋଲି ଦାବି କରିଛନ୍ତି ସମୀକ୍ଷକ।