ଯେଉଁଠି ପରୀକ୍ଷାରେ ସଫଳ ହେବାକୁ ପରାମର୍ଶ ଦେବେ ମୋଦି । ଏଥର ପରୀକ୍ଷା ପେ ଚର୍ଚ୍ଚା ପାଇଁ 38.80 ଲକ୍ଷ ଅଂଶଗ୍ରହଣକାରୀ ପଞ୍ଜୀକରଣ କରିଛନ୍ତି। ଏଥର 150 ରୁ ଅଧିକ ଦେଶର ଛାତ୍ର, 51 ଦେଶର ଶିକ୍ଷକ ଏବଂ 50 ଦେଶର ଅଭିଭାବକମାନେ ରହିଛନ୍ତି । ପରୀକ୍ଷା ପେ ଚର୍ଚ୍ଚାରେ ଓଡ଼ିଶାରୁ ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି।
ଯାହା ଭିତରେ ୮ ହଜାରରୁ ଅଧିକ ଶିକ୍ଷକ ଏବଂ ୪ ହଜାରରୁ ଅଧିକ ଅଭିଭାବକ ରହିଛନ୍ତି। ଦିଲ୍ଲୀରେ ଓଡ଼ିଶାରୁ ୨ ଜଣ ଛାତ୍ର ଏବଂ ଜଣେ ଶିକ୍ଷକ ଉପସ୍ଥିତ ରହିବେ। ଛାତ୍ରୀଛାତ୍ରୀଙ୍କ ମାର୍ଗଦର୍ଶନ କରି ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ ଏକଜାମ ୱାରିଅର୍ସ ୨୦୧୮ ମସିହାରେ କେବଳ ହିନ୍ଦି ଏକ ଇଂରାଜୀରେ ଥିଲା। ଶିକ୍ଷାବିତଙ୍କ ପ୍ରସ୍ତାବ ଆଧାରରେ ବର୍ତ୍ତମାନ ଏହି ପୁସ୍ତକ ୧୩ ଟି ଭାଷାରେ ସଦ୍ୟତମ ସଂସ୍କରଣ ପ୍ରକାଶ ପାଇଛି।
ଆଗକୁ ପରୀକ୍ଷା ଋତୁ ଆସୁଛି । ଦଶମ, ଏକାଦଶ, ICSE, CBSE, ସହ ଯୁକ୍ତ 2 ପରୀକ୍ଷା ମଧ୍ୟ ହେବ । ତା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଭବିଷ୍ୟତ ତଥା ଆଗାମୀ ପିଢ଼ି ମୋଦିଙ୍କ ଭଳି ମାର୍ଗଦର୍ଶକଙ୍କଠୁ ପ୍ରେରଣା ନେବେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ପ୍ରେରଣାଦାୟୀ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରୁଛନ୍ତି ବିଭିନ୍ନ ସ୍କୁଲର ଶିକ୍ଷକ । ମୋଦିଙ୍କ ଦିଗଦର୍ଶନକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ ।ପରୀକ୍ଷା ଶୁଣିବା ମାତ୍ର ଛାତ୍ରଛାତ୍ରୀଙ୍କ ମନରେ ଭୟ ଆସେ । ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ପରୀକ୍ଷାରୁ ଚାପ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ । ଏହି କାର୍ଯ୍ୟକ୍ରମ ନୂଆପିଢ଼ିଙ୍କ ଆତ୍ମବିଶ୍ବାସକୁ ବଢ଼ାଇବ ।
ଭାରତ ଖବର ଆହୁରି ପଢ଼ନ୍ତୁ ।