ଏହି ଗଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ଥର ଗଣତନ୍ତ୍ର ଦିବସରେ ଇଜିଷ୍ଟ ରାଷ୍ଟ୍ରପତି ମଧ୍ୟ ଯୋଗ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କୈାଣସି ବାଧା ବିଘ୍ନ ବିନା ଗଣତନ୍ତ୍ର ଦିବସ ପାଳନ କରିବା ପାଇଁ ତ୍ରିସ୍ତରୀଯ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନୂଆଦିଲ୍ଲୀର ପ୍ରମୁଖ ସ୍ଥାନ ମେଟ୍ରୋ ଷ୍ଟେସନ, ରେଳ ଷ୍ଟେସନ, ବିମାନବନ୍ଦର ଏବଂ ବସ୍ ଟର୍ମିନାଲରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଆଇନ ଶୃଂଖଳା ଭଂଗ ପରି ପରିସ୍ଥିତି ସୃଷ୍ଟି କରିବାର ପ୍ରୟାସକୁ ରୋକିବା ପାଇଁ ରାଜଧାନୀରେ ଏବଂ ଆଖପାଖରେ 6,000 ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ଭାରତ ଖବର ଆହୁରି ପଢନ୍ତୁ