ଅଭିଯୋଗ ଅନୁଯାୟୀ ଗତକାଲି ଅପରାହ୍ନରେ ଘସିପୁରା ଥାନା ଦେଓଗାଁର ରାଜୀବ ଲୋଚନ ଜେନା କେଶଦୁରାପାଳ ନିଜ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ରେକୁଟିଆ ନିକଟରେ ତରିମୂଳ ଗ୍ରାମର ୧୦ ରୁ ଉର୍ଦ୍ଧ୍ୱ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ରାଜୀବଙ୍କୁ ଆକ୍ରମଣ କରିଥିଲେ ।ଏହି ସମୟରେ ସଂପୃକ୍ତ ଯୁବକମାନେ ରାଜୀବଙ୍କୁ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆମ ନେତା ଟୁଟୁ ପାତ୍ରଙ୍କ ବିରୋଧରେ କଣ ଯାଉଛୁ କହି ଆକ୍ରମଣ କରିଥିବା ନେଇ ରାଜୀବ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପାଇବା ପରେ ଘସିପୁରା ପୋଲିସ ଛାନଭିନ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ । ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ଆକ୍ରମଣ ଏବଂ ହତ୍ୟାକାଣ୍ଡ ହେଉଥିବା ବେଳେ ଏସବୁ ଘଟଣାରେ ଘସିପୁରା ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ଓରଫ୍ ଟୁଟୁ ପାତ୍ର ଙ୍କ ହାତ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ରହିଥିବା ନେଇ ପୀଡ଼ିତ ଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।କିନ୍ତୁ ପୋଲିସ ଆଜି ପର୍ଯ୍ୟନ୍ତ ସେଭଳି କୌଣସି ଆଖି ଦୃଶୀଆ ପଦକ୍ଷେପ ନେଇ ନାହିଁ । ରାଜୀବ ଏବେବି ଭୟଭୀତ ଅବସ୍ଥାରେ ଥିବା ବେଳେ ପୋଲିସ ଠାରୁ ନ୍ୟାୟ ଆଶା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: