କୁହାଯାଉଛି ଏକ ପ୍ରଳୟଙ୍କାରୀ ଭୂମିକମ୍ପ ଯୋଗୁ ୧୦ ଫୁଟ୍ ତଳକୁ ଖସିଯାଇଛି ତୁର୍କୀ । ପ୍ରାୟ ୩ ମାସ ଯାଏ ଏମରଜେନସିଂ ଜାରି ହୋଇଛି । ଏହାସହ ୭ ଦିନିଆ ଶୋକ ଘୋଷଣା କରାଯାଇଛି । ସେପଟେ ବିପଦ ବେଳେ ଚଟାଣ ଭଳି ତୁର୍କୀ ସହ ଛିଡ଼ା ହୋଇଛି ଭାରତ । ଭାରତରୁ NDRF ସହ ସମସ୍ତ ରିଲିଫ୍ ସାମଗ୍ରୀ ପଠାଯାଇଛି । ଗତକାଲି ଗୁଜରାଟର ଭୂମିକମ୍ପକୁ ମନେ ପକାଇ ଭାବ ପ୍ରବଣ ହୋଇଥିଲେ ପ୍ରଧାନମନ୍ତ୍ରୀ ।
ଅଧିକ ବିଦେଶ ନ୍ୟୂଜ଼ ପଢନ୍ତୁ