ଟମାଟୋ ଫ୍ଲୁ ଲକ୍ଷଣ :
ଟମାଟୋ ଫ୍ଲୁରେ ସଂକ୍ରମିତ ପିଲାମାନଙ୍କ ଦେହରେ ନାଲି ନାଲି ଫଳି ଯାଉଛି । ଫଳି ଯାଉଥିବା ଜାଗା ଲାଲ ଟମାଟୋ ଭଳି ଦେଖା ଯାଉଛି । ସେ ସ୍ଥାନ କୁଣ୍ଡାଇ ହେବା ସହ ଆକ୍ରାନ୍ତ ପିଲାମାନଙ୍କୁ ପତଳା ଝାଡା ହେଉଛି । ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କିଛି ଆକ୍ରାନ୍ତ ପିଲାଙ୍କର ପ୍ରବଳ ଜ୍ବର, ଦେହ ଘୋଳାବିନ୍ଧା, ଆଣ୍ଠୁ ଗଣ୍ଠି ଫୁଲା ବି ହେଉଛି ।ଏହାର ଲକ୍ଷଣ ଚିକୁନଗୁନିଆ ଭଳି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଟମାଟୋ ଫ୍ଲୁ ର ଟମାଟୋ ସହ କୌଣସି ସମ୍ପର୍କ ନାହିଁ। ଏହା ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ।
ଟମାଟୋ ଫ୍ଲୁ ନିରାକରଣ :
ପରିଷ୍କାର ଓ ପରିଚ୍ଛିନ୍ନତା ହିଁ ଏହି ରୋଗ ନିରାକରଣର ସର୍ବଶ୍ରେଷ୍ଠ ଉପାୟ । ଏହା ବାଦ ସଠିକ ପରିମାଣର ପାଣି ପିଇ ଦେହକୁ ହାଇଡ୍ରେଟେଡ କରି ରଖିବା ମଧ୍ୟ ଜରୁରୀ । ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରତା ବଜାୟ ରଖିବା ଦରକାର । ନାଲି ପଡିଥିବା ସ୍ଥାନକୁ ନ କୁଣ୍ଡାଇ ଡାକ୍ତରଙ୍କୁ ଦେଖାଇବା ଜରୁରୀ । ଏହି ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଉଷୁମ ପାଣିରେ ସ୍ନାନ କରାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
ଆହୁରି ଅଧିକ ସ୍ଵାସ୍ଥ୍ୟ ଖବର ପଢନ୍ତୁ…