ଏହିଦିନ ଭାରତର ଅନ୍ତରୀକ୍ଷ ଯାତ୍ରାରେ ଯୋଡିହେବ ନୂଆ ମାଇଲଷ୍ଟୋନ୍ । ଏଥର ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ ପାଇଁ ସ୍ବତନ୍ତ୍ର ଜ୍ଞାନକୌଶଳର ପ୍ରୟୋଗ କରାଯାଇଛି । ଚନ୍ଦ୍ରରେ ଜଳ ଓ ଜୀବନର ସନ୍ଧାନ କରିବା ସହ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବ ଚନ୍ଦ୍ରଯାନ-3 । ବିକ୍ରମ ଲ୍ୟାଣ୍ଡରରେ ଥିବା ଚାରୋଟି ପେ-ଲୋଡ୍ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବା ସହିତ ଚନ୍ଦ୍ରପୃଷ୍ଠରେ ଉତ୍ତାପ ବାବଦରେ ସୂଚନା ଦେବ । ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନ ବାବଦରେ ତଥ୍ୟ ପଠାଇବ। ତେବେ ଚନ୍ଦ୍ରଯାନ-3ର ସଫଳ ଅବତରଣ ଉପରେ ରହିଛି ସାରା ବିଶ୍ବର ନଜର । ଅବତରଣ ସଫଳ ହେଲେ ଚନ୍ଦ୍ରରେ ଦକ୍ଷିଣ ମେରୁରେ ପାଦ ଥାପିବାରେ ପ୍ରଥମ ଓ ଚନ୍ଦ୍ର ପୃଷ୍ଠରେ ଅବତରଣରେ ଭାରତ ହେବ ବିଶ୍ବର ଚତୁର୍ଥ ଦେଶ ।
ଅଧିକ ପଢନ୍ତୁ ଭାରତ ଖବର