ପ୍ରଥମେ 25 ପ୍ଲାଟୁନ ବିଏସଏଫଫୋର୍ସ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ । ଏବେ ଦେଶରେ 193 ବାଟାଲିୟନ ଫୋର୍ସ ମୁତୟନ ଅଛନ୍ତି । ସାରା ଦେଶର 6395 କିମି ସୀମାର ସୁରକ୍ଷା ଦାୟିତ୍ୱରେ ରହିଛି ବିଏସଏଫ । ଏହା ଛଡା ଦେଶ ଭିତରେ ମାଓବାଦୀଙ୍କ ଦମନ କ୍ଷେତ୍ରରେ ଓ ନିର୍ବାଚନ ସମୟରେ ମଧ୍ୟ ବିଏସଏଫ ଗୁରୁ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ 2010 ମସିହାରେ ଓଡିଶାରେ ମୁତୟନ ହୋଇଥିଲା ବିଏସଏଫ । ବିଏସଏଫ ଏପର୍ଯ୍ୟନ୍ତ 63 ନକ୍ସଲଙ୍କୁ ଏନକାଉଣ୍ଟରରେ ନିହତ କରିଛି । 790 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।