ଚଳିତବର୍ଷ ପରେଡରେ ରହିଛି, ସହିଦୋଙ୍କ ସାଥ ସାଥ ନମନ କାର୍ଯ୍ୟକ୍ରମ । ଏହାକୁ ପରିବେଷଣ କରିବେ ଏନସିସିର କ୍ୟାଡେଟମାନେ । ଗଣତନ୍ତ୍ର ଦିବସ ପରେଡ୍ରେ ୧୦୦ ଜଣିଆ ଏନ୍ସିସି କଣ୍ଟିଜେଣ୍ଟ୍ ଭାଗ ନେବ।
ଭାରତୀୟ ବାୟୁସେନା ପକ୍ଷରୁ ୭୫ଟି ଏୟାରକ୍ରାଫ୍ଟ ଏବଂ ହେଲିକଫ୍ଠଟର କୌଶଳ ପ୍ରଦର୍ଶନ କରିବେ । ବନ୍ଦେମାତରମ ନୃତ୍ୟ ପ୍ରତିଯୋଗିତା ଦ୍ବାରା ଭାରତ ବର୍ଷରେ ମନୋନିତ ହୋଇଥିବା ୪୮୦ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ । ଦର୍ଶକଙ୍କ ପାଇଁ ୧୦ଟି ବଡ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି ।
ବଡ କଥା ଚଳିତବର୍ଷ ଗଣତନ୍ତ୍ର ଦିବସ ସେଲିବ୍ରେସନକୁ ଦେଖିବା ପାଇଁ କିଛି ଏମିତି ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି ଯେଉଁମାନେ କେବେ ପରେଡ ଦେଖିବାର ସୁଯୋଗ ପାଆନ୍ତି ନାହିଁ ।ଏମାନଙ୍କ ଭିତରେ ଅଛନ୍ତି ଅଟୋରିକ୍ସା ଡ୍ରାଇଭର, ନିର୍ମାଣ ଶ୍ରମିକ, ସଫେଇ କର୍ମଚାରୀ ଏବଂ ଆଗଧାଡି ସ୍ବାସ୍ଥ୍ୟ କର୍ମୀ । ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବେ ୧୬ଟି ମାର୍ଚ୍ଚିଂ କଣ୍ଟିଜେଣ୍ଟ । ରାଜପଥରେ କିପରି ସୁରୁଖୁରୁରେ ପରେଡ ଅନୁଷ୍ଠିତ ହେବ ସେଥିପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ୨୭ହଜାର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ରାଜପଥରେ ଲାଗିଛି ୩୦୦ କ୍ୟାମେରା ।
ରାଜ୍ୟରେ ଗାନ୍ଧି ମାର୍ଗରେ ଅନୁଷ୍ଠିତ ହେବ ସାଧାରଣତନ୍ତ୍ର ଦିବସ ପରେଡ । ତେବେ ଏହା ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି ପଥପ୍ରାନ୍ତ ନାଟକ । ଗଣତନ୍ତ୍ର ବ୍ୟବସ୍ଥା ଏବଂ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପାଇଁ ଏହା ମାଧ୍ୟମରେ ଜନତାଙ୍କୁ ସଚେତନ କରାଯାଇଛି । ଆସନ୍ତାକାଲି ପରେଡରେ ସାମିଲ ହେବେ ୨ଟି ବ୍ରାସ ବ୍ରାଣ୍ଡ ସହ ୮ଟି ପୋଲିସ କଣ୍ଟିଞ୍ଜେଣ୍ଟ ଟ୍ରୁଫ୍ । ପ୍ରଥମ ଥର ପାଇଁ ବିଏସଏଫ ଭାଗ ନେଉଛନ୍ତି । ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏହାସହ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ବ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ । ସିସିଟିଭି ନଜରରେ ରହିବ ଗାନ୍ଧୀମାର୍ଗ ।