ପୋଲିସ୍ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରିବା ସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି। ସୂଚନାମୁତାବକ, ପ୍ରତ୍ୟୁଷା ବେଶ୍ କିଛି ଦିନ ହେବ ମାନସିକ ଅବସାଦଗ୍ରସ୍ତ ଥିଲେ। ପୋଲିସ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଓସମାନିଆ ହସ୍ପିଟାଲକୁ ପଠାଇଛି।
ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ୍ୟକ୍ରମ ଶେଷ କରିବା ପରେ ହାଇଦ୍ରାବଦରେ କାମ ଆରମ୍ଭ କରିଥିଲେ। ୨୦୧୩ରେ ସେ ନିଜ ନାମରେ ଏକ ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ। ସେ ଟଲିଉଡ୍ ଏବଂ ବଲିଉଡ୍ କଳାକାରଙ୍କ ପାଇଁ କାମ ମଧ୍ୟ କରିଛନ୍ତି।