ଏହି ଗାଁରେ ଜଣେ ମାତ୍ର ବ୍ୟକ୍ତି ବସବାସ କରନ୍ତି। ରାଜ୍ୟ ନେବ୍ରାସ୍କାରେ ଲୋକସଂଖ୍ୟା ୧୦୦ରୁ ୨୦୦ ମଧ୍ୟରେ କିନ୍ତୁ ମୋନୋଓ୍ୱି ଗାଁ ଲୋକସଂଖ୍ୟା ୧ ଯାହା ଏବେ ଖୁବ୍ ଚର୍ଚ୍ଚରେ। ଯଦି ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟେ ତେବେ ଗାଁ ଟି ଜନଶୂନ୍ୟ ହୋଇପଡିବ। ଏହି ଗାଁକୁ ନେଇ ସର୍ବଦା ବିଶ୍ୱସ୍ତରରେ ଚର୍ଚ୍ଚା ହୋଇଥାଏ।
କାରଣ ୨୦୧୪ରୁ ଏପର୍ଯ୍ୟନ୍ତ ଏଠାରେ ଲୋକସଂଖ୍ୟା ୧ରୁ ବଢିନାହିଁ। ଗାଁରେ ବାସ କରୁଥିବା ବ୍ୟକ୍ତି ଜଣେ ମହିଳା। ସେ ହେଉଛନ୍ତି ୮୬ ବର୍ଷୀୟ ଏଲ୍ସି ଆୟଲର। ଏହି ଗାଁରେ ସମସ୍ତ ଆବଶ୍ୟକ ସରଞ୍ଜାମ ଅଛି, ରେଷ୍ଟୁରାଣ୍ଟରୁ ଆରମ୍ଭ କରି ଅଏସ ଆରାମ ଜୀବନ ବିତାଇବା ପାଇଁ ଯାହା ଆବଶ୍ୟକ ସବୁ ଉବଲବ୍ଧ। କିନ୍ତୁ ଏଲସିଙ୍କ ବ୍ୟତିତ ଏଠାରେ ଆଉ କେହି ନାହାଁନ୍ତି। ସେ ଗାଁରେ ବାରଟେଣ୍ଡର କାମ କରି ପ୍ରତିପୋଷିତ ହୁଅନ୍ତି।