ସେହିପରି 08263/08264 ଟିଟିଲାଗଡ-ବିଲାସପୁର-ଟିଟିଲାଗଡ ପାସେଞ୍ଜର ଉଭୟ ପାର୍ଶ୍ୱରୁ 03.06.2022 ଏବଂ 04.06.2022 ଦିନ ବାତିଲ ରହିବ। 12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ 24.05.2022 ଏବଂ 26.05.2022 ତାରିଖ ଦିନ ଭୁବନେଶ୍ୱର ଏବଂ ରେଢ଼ାଖୋଲ ମଧ୍ୟରେ ଚଳାଚଳ କରିବ ଏବଂ ରେଢ଼ାଖୋଲ ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ। 03.06.2022 ଓ 04.06.2022 ତାରିଖ ଦିନ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।
18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ 03.06.2022 ଦିନ ହାଓଡ଼ା ଠାରୁ ଏବଂ 04.06.2022 ଦିନ ଜଗଦଳପୁର ଠାରୁ ହାଓଡ଼ା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ। ଉଭୟ ଦିଗରୁ ସମ୍ବଲପୁର ଏବଂ ଜଗଦଲପୁର ମଧ୍ୟରେ ବାତିଲ ରହିବ।
ଆହୁରି ଅଧିକ ଭାରତର ଅନ୍ଯାନ୍ଯ ଖବର ପଢନ୍ତୁ ।