ଟ୍ରିବୁନାଲ ପୂର୍ବ ଶୁଣାଣି ମେ 14 ରେ 3 ଟି କେଦ୍ରୀୟ ସଂସ୍ଥା କୁ ନୋଟିସ କରି ଦୁଇ ରାଜ୍ୟର ଦାବି ଅନୁସାରେ ତଥ୍ୟ ଦେବାକୁ କହିଥିଲେ । କେବଳ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ତଥ୍ୟ ଦାଖଲ ହୋଇଥିଲା । ( କେଦ୍ର ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ମନ୍ତ୍ରାଳୟ )ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥରିଟି ndma ଓ ନୀତି ଆୟୋଗ ପକ୍ଷରୁ କୌଣସି ତଥ୍ୟ ଦିଆଯାଇନଥିଲା ।
ନୀତି ଆୟୋଗ ର ଜଳ ସଂପଦ ପରାମର୍ଶ ଦାତା ଆୟୋଗ ପାଖେ ମହାନଦୀ ଜଳ ପ୍ରବାହ ତଥ୍ୟ ନଥିବା ଟ୍ରିବୁନାଲଙ୍କୁ ଜଣାଇଥିଲେ ।ବର୍ତ୍ତମାନ ସୁଦ୍ଧା ଓଡିଶା ଏବଂ ଛତିଶଗଡ଼ ପକ୍ଷରୁ 3 ଟି ଲେଖାଏଁ ସାକ୍ଷୀ ସତ୍ୟପାଠ ଦାଖଲ ହୋଇଛି । ଓଡିଶା ସରକାର 9 ଜଣ ଏବଂ ଛତିଶଗଡ଼ ସରକାର 7 ଜଣ ସାକ୍ଷୀଙ୍କ ତାଲିକା ଦେଇଥିଲେ।