ପୁଣି ତେଜିଲା ଚିଟ୍ ଫଣ୍ଡ ତାତି
ଲୋକସଭାରେ ଆଗତ ହେଲା ତିନ୍ ତଲାକ ବିଲ
ନୂଆଦିଲ୍ଲୀ: ଲୋକସଭାରେ ଆଜି ତିନ୍ ତଲାକ ବିଲକୁ ଆଗତ କରାଯାଇଛି । ଏହାକୁ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । କିନ୍ଏତୁ ସେପଟେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶୀ ଥରୁର କହିଛନ୍ତି ଯେ ବିଲରେ କୁହାଯାଇଥିବା କଥା ସମ୍ବିଧାନ ବିରୋଧୀ । ଏହାକୁ ତେଣୁ ବିରୋଧ କରାଯିବ ।
ଏହି ଅବସରରେ ରବିଶଙ୍କର କହିଛନ୍ତି ଯେ ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକ ଆମକୁ ଆଇନ ଗଠନ ପାଇଁ ଚୟନ କରିଛନ୍ତି ଆଇନ କରିବା ଆମର କାମ । ଏହି ଆଇନ ତିନ୍ ତଲାକରେ ପୀଡିତ ମହିଳାଙ୍କୁ ନ୍ୟାୟ ଦେବାରେ ସହାୟକ ହେବ ।
Download Argus News App
