ଆଉ ମାତ୍ର 2 ଦିନ ପରେ ତ୍ରିପୁରା ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟବାସୀ ଡବଲ ଇଞ୍ଜିନ ସରକାରକୁ ସମର୍ଥନ କରିବା ନିଶ୍ଚିତ ବୋଲି ଦାବି କରିଛନ୍ତି ଅମିତ ଶାହ । ଏପରିକି ମତ ଗଣନା ଦିବସ ମାର୍ଚ୍ଚ 2 ଦିନ 12ଟା ସୁଦ୍ଧା ବିଜେପି ମେଜରିଟି ମାର୍କ ଅତିକ୍ରମ କରିସାରିଥିବ ବୋଲି ସେ କହିଛନ୍ତି । ବିଜେପି କ୍ଷମତାକୁ ଆସିବା ପରେ ତ୍ରିପୁରାରେ ବିକାଶର ଧାରା ଉର୍ଦ୍ଧ୍ୱଗାମୀ ହୋଇଛି ।
ଅଧିକ ପଢନ୍ତୁ : ତ୍ରିପୁରା ନିର୍ବାଚନ ପାଇଁ ବିଜେପିର ହାଇଭୋଲଟେଜ ପ୍ରଚାର
ରାଜ୍ୟରେ ଅରାଜକତା, ହିଂସା, ନିଶା କାରବାରର ଅବସାନ ହୋଇଛି । ପ୍ରଧାନମନ୍ତ୍ରୀ ନର୍ଥଇଷ୍ଟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ଗତ 8 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ 51 ଥର ନର୍ଥଇଷ୍ଟ ଗସ୍ତ କରିଥିବା ଏହାର ପ୍ରମାଣ ବୋଲି କହିଛନ୍ତି ଅମିତ ଶାହ । ତ୍ରିପୁରା ସମେତ ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି କହିଛନ୍ତି ଶାହ ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ