ଶାହା କହିଛନ୍ତି ଯେ ତ୍ରିପୁରାରେ ବିଜେପି ନେତୃତ୍ଵାଧୀନ ସରକାର ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ନାହିଁ । “କମ୍ୟୁନିଷ୍ଟମାନେ ଅପରାଧୀ, ଏବଂ କଂଗ୍ରେସ ଦୁର୍ନୀତିଗ୍ରସ୍ତ, ଉଭୟ ରାଜ୍ୟବାସୀଙ୍କ ସହ ଖେଳିଛନ୍ତି । କମ୍ୟୁନିଷ୍ଟଙ୍କ ଶାସନର ପ୍ରାୟ 30 ବର୍ଷ, କଂଗ୍ରେସର 15 ବର୍ଷ ଶାସନ ଏବଂ ବିଜେପି ଶାସନର ମାତ୍ର 5 ବର୍ଷର ପ୍ରଭାବକୁ ବିଶ୍ଳେଷଣ କର ଏବଂ ତୁମେ ସମସ୍ତ ଉତ୍ତର ପାଇବ ବୋଲି କହିଛନ୍ତି । ଏଠାରେ ଶାହା କହିଛନ୍ତି ଯେ, ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଜେପି ରାଜ୍ୟରେ ଏକ ସ୍ଵଚ୍ଛ ସରକାର ଚଳାଇଛି ।
ତ୍ରିପୁରାରେ ସରଗରମ ହେବାରେ ଲାଗିଛି ନିର୍ବାଚନ ମାହୋଲ

ଅର୍ଗସ ବ୍ୟୁରୋ : ତ୍ରିପୁରାରେ ସରଗରମ ହେବାରେ ଲାଗିଛି ନିର୍ବାଚନ ମାହୋଲ । ଆଜି ତ୍ରିପୁରାରେ ଦୁଇଟି ରାଲିକୁ ସମ୍ଵୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କୋହାଲ ଓ ଶାନ୍ତିରବଜାରରେ ଦୁଇଟି ରାଲିର ଆୟୋଜନ କରାଯାଇଥିଲା । ଏହା ସହ ଶାହା ଅଗରତାଲାରେ ଏକ ରୋଡ ସୋ'ରେ ଯୋଗ ଦେଇଥିଲେ । ଏହି ସମୟରେ ଶାହା କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ଏବଂ କଂଗ୍ରେସ ଉପରେ ଖୁବ ଜୋରରେ ବର୍ଷିଛନ୍ତି ।
Download Argus News App
