ଡାଲା ଅଟୋରେ କେସିଆରଙ୍କ ତୈଳଚିତ୍ର। ଯାହା କହୁଛି, ଏ କାମ ଯିଏ ବି କରୁଛି, ସେ କେସିଆରଙ୍କ ସମର୍ଥିତ ବ୍ୟକ୍ତି ଅଥବା ତାଙ୍କ ଦ୍ବାରା ପରିଚାଳିତ ଦଳ ସହ ତାର କିଛି ସମ୍ପର୍କ ରହିଛି। ଦୃଶ୍ୟରେ କୁକୁଡା ଲଦା ହୋଇଛନ୍ତି। ଆଉ ସାମ୍ନାରେ ଥିବା ଗୋଟିଏ ଟେବୁଲ ଉପରେ ଥୁଆଯାଇଛି ମଦ ବୋତଲ। ସାମ୍ନାରେ ଏହାକୁ ନେବାକୁ ଲାଗିଛି ଲମ୍ବା ଧାଡି।
ସମସ୍ତେ ଜାଣନ୍ତି ନିର୍ବାଚନ ବେଳେ ମଦ ମାଂସ ଉତ୍କୋଚ ଦିଆଯାଏ। କିନ୍ତୁ ଏମିତି ଖୋଲାଖୋଲି ଦେଇ ଗଣତନ୍ତ୍ରର ମର୍ଯାଦାକୁ କ୍ଷୁର୍ଣ୍ଣ କରିଛି TRS।
ତେଲେଙ୍ଗାନାରେ ଟିଆରଏସ ନେତାଙ୍କ ତରଫରୁ ଲୋକଙ୍କୁ ମାଗଣା ମଦ ବୋତଲ ଏବଂ ଚିକେନ୍ ବଣ୍ଟନ ମାମଲା ସାମ୍ନାକୁ ଆସିଛି। ତେଲେଙ୍ଗାନା ସିଏମ କେସି ରାଓ ବୁଧବାର ଜାତୀୟ ଦଳ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅବସରରେ ଟିଆରଏସ ନେତା ରାଜନାଲା ଶ୍ରୀହରି ୨୦୦ ଚିକେନ୍ ଏବଂ ୨୦୦ ବୋତଲ ମଦ କିଣି ବଣ୍ଟନ କରିଛନ୍ତି।
ବାସ୍ତବରେ, ଶ୍ରୀହରି ଏବଂ ତାଙ୍କ ଦଳ ସୋମବାର ଦିନ ଓ୍ବାରଙ୍ଗଲରେ କୁଲିମାନଙ୍କୁ ଡାକି ଏକ ବୈଠକ କରିଥିଲେ । ଯେଉଁଠାରେ ତେଲେଙ୍ଗାନା ସିଏମ କେ ଚନ୍ଦ୍ରଶେଖର ରାଓ ଏବଂ ରାଜ୍ୟ ଆଇଟି ଏବଂ ଶିଳ୍ପ ମନ୍ତ୍ରୀ କେ.ଟି ରାମା ରାଓଙ୍କ ଏକ କଟଆଉଟ ଫଟୋ ନିର୍ମାଣ କରାଯାଇଥିଲା।
ଶ୍ରୀହରି କହିଛନ୍ତି ଯେ ଦଶହରା ଅବସରରେ ସିଏମ କେସିଆର ଦ୍ୱାରା ଜାତୀୟ ପାର୍ଟିର ଶୁଭାରମ୍ଭ ପାଇଁ ପ୍ରାର୍ଥନା କରାଯିବାକୁ ଏଭଳି ବ୍ୟବସ୍ଥା ହୋଇଥିଲା।
ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଗୋଡ ଟେକି ବସିଛନ୍ତି। ଆଉ ଖାସ ଏଇଥିପାଇଁ ଅକ୍ଟୋବର ୯ ତାରିଖରେ ଦିଲ୍ଲୀରେ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ଯେଉଁଠି ସେ ତାଙ୍କ ଜାତୀୟ ଏଜେଣ୍ଡାର ସବିଶେଷ ତଥ୍ୟ ପ୍ରକାଶ କରିବ।
ରାଜନୀତି ଖବର ଆହୁରି ପଢ଼ନ୍ତୁ ।