ଏଥିସହ ଟ୍ରମ୍ଫ କହିଥିଲେ, ଯଦି ସେ ରାଷ୍ଟ୍ରପତି ହୁଅନ୍ତି, ତେବେ ଖୁବଶୀଘ୍ର ଯୁଦ୍ଧ ବନ୍ଦ ହେବ । ଏବଂ ଏଥିସହ କ୍ରୁଡ ଅଏଲର ଦାମ ମଧ୍ୟ କମିବ । କାରଣ ଟ୍ରମ୍ଫ ମଧ୍ୟ ନିଜ ଦେଶ ଆମେରିକାରେ କ୍ରୁଡ ଅଏଲ ଅଧିକରୁ ଅଧିକ ଉତ୍ପାଦନ ହେଉଥିବା ଚାହାନ୍ତି । ଯାହାଦ୍ବାରା ଭାରତ ସହଜରେ ରୁଷିଆ ନଚେତ ଆମେରିକା ଠାରୁ କ୍ରୁଡ ଅଏଲ କିଣିପାରିବ ।
ଯଦି ଦେଖାଯାଏ , ତେବେ ଆମେରିକା ଅନେକ କ୍ଷେତ୍ରରେ ଭାରତ ସରକାର ଉପରେ ଚାପ ପକାଇ ପାରନ୍ତି । ଏଲନମସ୍କଙ୍କ ଟେସଲା, ଷ୍ଟାରଲିଙ୍କ ଆଦି କମ୍ପାନୀ ଗୁଡିକୁ ଭାରତୀୟ ମାର୍କେଟରେ ଏଣ୍ଟ୍ରୀ କରାଇବା ପାଇଁ ଚାପ ପକାଇ ପାରନ୍ତି । କାରଣ ଏଲନ ମସ୍କ ଟ୍ରମ୍ଫଙ୍କର ବଡ ସମର୍ଥକ ଥିଲେ । ତେବେ ଯଦି ବାଂଲାଦେଶ କଥା ଦେଖାଯାଏ, ତେବେ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନସ ଆମେରିକାର ଡେମୋକ୍ରାଟିକ ପାର୍ଟିର ଘନିଷ୍ଠ ଅଟନ୍ତି । ତେବେ ୨୦୧୬ ରେ ଯେତେବେଳେ ଟ୍ରମ୍ଫ ପ୍ରଥମେ ରାଷ୍ଟ୍ରପତି ହୋଇଥିଲେ , ସେତେବେଳେ ମହମ୍ମଦ ୟୁନସ ତାଙ୍କୁ ତାଚ୍ଛଲ୍ୟ କରି କିଛି ଟିପ୍ପଣୀ ଦେଇଥିଲେ । ଯାହାର ଉଚିତ ଜବାବ ଏଥର ଦେଇପାରନ୍ତି ଟ୍ରମ୍ଫ । ଏବଂ ବାଂଲାଦେଶର ସରକାର ତିଆରି ପାଇଁ ଅନେକ ଦିନ ହେବ ଯେଉଁ ସମସ୍ୟା ଚାଲିଛି , ସେସବୁର ଅନ୍ତ ଘଟାଇବା ପାଇଁ ଟ୍ରମ୍ଫ ବାଂଲାଦେଶ ଉପରେ ଚାପ ପକାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ତେବେ ପାକିସ୍ତାନକୁ ନେଇ କୌଣସି ଟ୍ବିଟ କରିନାହାନ୍ତି ଟ୍ରମ୍ଫ । ଜିତିବା ପରେ ଅନେକ ଦେଶର ଉନ୍ନତି ପାଇଁ କିଛି କିଛି ଲେଖିଥିବା ବେଳେ ପାକିସ୍ତାନ ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ କୌଣସି ଟିପ୍ପଣୀ ଦେଇନାହାନ୍ତି । ପୂର୍ବରୁ ଇମ୍ରାନ ଏବଂ ଟ୍ରମ୍ଫଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଦେଖିବାକୁ ମିଳୁଥିଲା । ଯାହାକୁ ନେଇ ପାକିସ୍ତାରେ ଇମ୍ରାନଙ୍କ ସମର୍ଥ ଟ୍ରମ୍ଫଙ୍କ ଉପରେ ଖୁବ ଆଶା ରଖିଥିଲେ । ହେଲେ ଟ୍ରମ୍ଫ ପାକିସ୍ତାନ ପାଇଁ ବିଶେଷ କିଛି ପରିବର୍ତ୍ତନ ନଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଚୀନ କଥା ଦେଖାଯାଏ, ତେବେ ଚୀନ ପାଇଁ ବିଶେଷ କିଛି ଲାଭ ହୋଇ ପାରିବନି । କେବଳ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ରହିଛି ।
ୟୁକ୍ରେନ ପାଇଁ ଫଳପ୍ରଦ ହେବନି ଟ୍ରମ୍ଫଙ୍କ ବିଜୟ କାରଣ ୟୁକ୍ରେନକୁ ଆମେରିକା ଠାରୁ ମିଲିୟନ ଡଲାର ସହାୟତା ମିଳିଥିଲା । କିନ୍ତୁ ଟ୍ରମ୍ଫ ନିଜ ଭାଷଣରେ କହିଥିଲେ, ସେ ନିଜେ ରାଷ୍ଟ୍ରପତି ହେଲେ ୟୁକ୍ରେନକୁ ଜମି ଦେବା ବନ୍ଦ କରିବେ, ଏବଂ ଖୁବଶୀଘ୍ର ଯୁଦ୍ଧ ମଧ୍ୟ ବନ୍ଦ କରିବେ । ତେଣୁ ଟ୍ରମ୍ଫଙ୍କ ବିଜୟରେ ସବୁଠୁ ବଡ ଖୁସିର ବିଷୟ ଯୁଦ୍ଧ ବନ୍ଦ ହେବ ।