ନୂଆଦିଲ୍ଲୀ/ଭୁବନେଶ୍ୱର: ଜରୁରୀକାଳୀନ ପରସ୍ଥିତି ଭୁଲ ଥିଲା ବୋଲି ମାନିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦେଶକୁ ଭ୍ରମିତ କରିବାର ଆଉ ଏକ ନାଟକ । ତାଙ୍କର ଏହି ପଶ୍ଚାତାପ୍ ମାନବାଧିକାରକୁ କ୍ଷୁର୍ଣ୍ଣ କରିବା, ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ତଥା ଅନୁଷ୍ଠାନ ଗୁଡ଼ିକୁ ବନ୍ଧକ ରଖିବା ଭଳି କଳଙ୍କିତ ଅଧ୍ୟାୟର ସ୍ମୃତିକୁ କେବେ ଭୁଲାଇ ପାରିବ ନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଗରେ ବଂଚିବାର ଅଧିକାରକୁ ବରଖାସ୍ତ କରିବା ଭଳି ଚରମ ପଦକ୍ଷେପକୁ ସେସମୟର ସରକାରର ଦୁଃସାହାସକୁ ଦେଶ କେବେ ଭୁଲି ପାରିବ ନାହିଁ । ରାହୁଲ ଗାନ୍ଧୀଙ୍କ ମତରେ କୌଣସି ପ୍ରକାର ପଶ୍ଚାତାପ ଦେଖାଯାଉନାହିଁ ବରଂ ଏହା ଲୋକଙ୍କ ଦ୍ୱାରା କଂଗ୍ରେସକୁ ପ୍ରତ୍ୟାଖାନ କରିବା ପରର ଅନ୍ୟ ଏକ ନାଟକ । ଯେଉଁଠାରେ ସେମାନେ ଜରୁରିକାଳୀନ ପରିସ୍ଥିତି ପାଇଁ ପଶ୍ଚାତାପ କରି ଲୋକଙ୍କ ସହ ଛଳନା କରୁଛନ୍ତି।
ଅଧ୍ୟାଦେଶକୁ ଚିରିବା ସହ ଭାରତର ପ୍ରଧାନମନ୍ତ୍ରୀକୁ କିପରି ଭାବରେ ଲଜ୍ଜିତ ଓ ଅସମ୍ମାନ କରିଥିବାର ଅଧ୍ୟାୟକୁ କଣ ରାହୁଲ ଗାନ୍ଧୀ ଭଲି ଯାଇଛନ୍ତି କି? ରାହୁଲ ଗାନ୍ଧୀ ନିକଟରେ ତାଙ୍କ ବିରୁଦ୍ଧରେ ହୋଇଥିବା ବିଶେଷ ଅଧିକାର ଉଲ୍ଲଂଘନ କରିଥିବାର ଅଭିଯୋଗକୁ ଭୁଲିଯାଇଛନ୍ତି କି ? ଜରୁରୀକାଳୀନ ସ୍ଥିତିକୁ ସ୍ୱର୍ଗତ ରାଜୀବ ଗାନ୍ଧି ଭୁଲ ବୋଲି ସ୍ୱୀକାର କରିଥିଲେ କିନ୍ତ ପରବର୍ତୀ ପର୍ଯ୍ୟାୟରେ ଡ଼ିଫେମେସନ ବିଲ ଆଣି ଗଣମାଧ୍ୟମର କଙଋରୋଧ କରିବାର ପ୍ରୟାସ କରିଥିଲେ ଏବଂ ଜରୁରୀକାଳିନ ପରିସ୍ଥିତିକୁ ଉଚିତ୍ ବୋଲି କହିଥିଲେ। ଏହାସହ ପୋଷ୍ଟ ଅଫିସ ସଂଶୋଧିତ ଅଧିନିୟମ ୧୯୮୬ ମାଧ୍ୟମରେ ନାଗରିକଙ୍କୁ ସୁବିଧା ଉପରେ ଅଙ୍କୁଶ ଏବଂ ନାଗରିକଙ୍କ ଉପରେ ଯାଶୁଶୀ କରିବା ଭଳି ପଦକ୍ଷେପ ନେଇଥିଲେ ।
ମୋଦି ସରକାର ବିରୁଦ୍ଧରେ ଅପପ୍ରଚାର କଲେ ମଧ୍ୟ କଂଗ୍ରେସର ପାପ ଲୋକଙ୍କ ଧ୍ୟାନରୁ ଦୂରେଇ ଯିବ ନାହିଁ। ଭାରତର ଜନସାଧାରଣ ବହୁତ୍ ଚାଲାକ ଏବଂ ରାହୁଲ ଗାନ୍ଧୀଙ୍କ ଏହି ନୂଆ ନାଟକକୁ କେବେ ବି ଗ୍ରହଣ କରିପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।