ଫାଇଲ୍ କରିଥିବା ଅଭିଯୋଗରେ ‘କଲମ୍ବିଆ ରିଟ୍’ କହିଛି ଯେ, ଭଡ଼ା ନେଇଥିବା ପ୍ରତିଷ୍ଠାନ ଭଡ଼ା ଦେବାରେ ବିଫଳ ହୋଇଛି। ‘ଟୁଇଟର୍’ ତା’ର ମୁଖ୍ୟାଳୟ ଅଥବା ବିଶ୍ବବ୍ୟାପୀ ଥିବା ତା’ର କୌଣସି କାର୍ଯ୍ୟାଳୟ ବାବଦ ଭଡ଼ା ଦେୟ ପୈଠ କରିନାହିଁ। ଏହାଛଡ଼ା, ଦୁଇଟି ଚାର୍ଟର୍ ବିମାନ ବାବଦକୁ ଦେୟ ଦେବାକୁ ମନା କରି ଦେବାରୁ ଗତମାସ ପ୍ରାରମ୍ଭରେ ‘ଟୁଇଟର୍’ ନାଁରେ ମାମଲା ରୁଜୁ କରାଯାଇଥିଲା ।
ଅଫିସ ଭଡ଼ା ନଦେଇ ପାରିବାରୁ ଟୁଇଟର ନାଁରେ ମାମଲା

ଅର୍ଗସ ବ୍ୟୁରୋ : ଅଫିସ ଭଡ଼ା ନଦେଇ ପାରିବାରୁ ଟୁଇଟର ନାଁରେ ମାମଲା । ସାନ ଫ୍ରାନ୍ସିସ୍କୋ ଅଫିସ ଭଡ଼ା ନଦେଇ ପାରିବାରୁ ଏହି ମାମଲା ହୋଇଛି । ଭଡ଼ା ବାବଦ ଦେୟ ୧୩୬,୨୫୦ ଡଲାର୍ ଦେଇ ନ ଥିବାରୁ ‘ଟୁଇଟର୍ ଇନକର୍ପୋରେଟେଡ୍’ ନାଁରେ ଅଦାଲତରେ ମାମଲା ରୁଜୁ କରାଯାଇଛି ।
Download Argus News App
