ଏହା ବ୍ୟତୀତ ଟିକ୍ କୁ ତିନୋଟି ରଙ୍ଗରେ ବିଭକ୍ତ କରାଯିବ ବୋଲି କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବ୍ଲୁ ଟିକ୍ ପାଇଥିବା ବିଜେପି ନେତାଙ୍କ ଟ୍ବିଟର ଆକାଉଣ୍ଟରେ ବଡ଼ ପରିବର୍ତ୍ତନ କରାଯାଇଛି। ସେମାନଙ୍କ ନାଁ ଆଗରେ ବ୍ଲୁ ଟିକ୍ ପରିବର୍ତ୍ତେ ଗ୍ରେ ଟିକ୍ ଥିବା ଦେଖିବାକୁ ମିଳିଛି।
ଏହି ପରିବର୍ତ୍ତନ ଟ୍ବିଟରର ନୂତନ ଯାଞ୍ଚ ବ୍ୟବସ୍ଥା ଅଧୀନରେ କରାଯାଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, ନିତିନ ଗଡକରୀ, ପୀୟୁଷ ଗୋୟଲଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି। ତାଙ୍କ ନାଁ ପାଖରେ ଏକ ଗ୍ରେ ବା ଧୂସର ରଙ୍ଗର ଟିକ୍ ଦେଖିବାକୁ ମିଳିବ। ଗ୍ରେ ଟିକ୍ କେବଳ କ୍ଷମତାରେ ଥିବା ସରକାରଙ୍କ ସହ ଜଡିତ ନେତାଙ୍କୁ ଦିଆଯିବ ବୋଲି କମ୍ପାନି ପୂର୍ବରୁ ସ୍ପଷ୍ଟ କରିସାରିଛି।