ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ କଂଗ୍ରେସ ନେତା ଜୟରାମ ରମେଶ ପୁଣି ଟ୍ୱିଟ କରି ଥରେ ଏହି ପୁରୁଣା ମିଥ୍ୟା କଥାକୁ ଦୋହରାଇଛନ୍ତି । ଏହା ଦ୍ୱାରା ସେ ନେହେରୁଙ୍କୁ କ୍ଲିନ ଚିଟ ଦେବାକୁ ପ୍ରୟାସ କରିଥିଲେ ।
ହେଲେ ଏଥର ଜୟରାମ ରମେଶଙ୍କର ଏହି ମିଥ୍ୟାର ତଥ୍ୟ ପ୍ରମାଣ ସହ ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ । ସେ ଏକ ସିରିଜ ଟ୍ୱିଟ କରି ଜୟରାମ ରମେଶଙ୍କ ମିଥ୍ୟାକୁ ଧରାଶାୟୀ କରିଛନ୍ତି ।
ଜୟରାମଙ୍କ ଟ୍ୱିଟକୁ ଖଣ୍ଡନ କରି ରିଜିଜୁ ଲେଖିଛନ୍ତି ଯେ ମହାରାଜା ହରିସିଂହ ଜାମ୍ମୁ କାଶ୍ମୀରର ବିଲୟକୁ ଭାରତରେ କରିବାକୁ ପ୍ରସ୍ତାବକୁ ବିଳମ୍ବିତ କରିଥିଲେ ବୋଲି ଯାହା କୁହା ଯାଏ ତାହା ହେଉଛି ଏକ ଐତିହାସିକ ମିଥ୍ୟା । ଏହି ମାମଲାରେ ନେହେରୁଙ୍କ ସଂଦିଗ୍ଧ ଭୂମିକାକୁ ଲୁଚାଇବାକୁ ଏହାକୁ ଲମ୍ବା ସମୟ ଧରି ପ୍ରଚାରିତ କରାଯାଇ ଆସୁଛି । ଜୟରାମ ରମେଶଙ୍କ ମିଛର ପର୍ଦାଫାସ କରିବାକୁ ମୁଁ ଆଉ କାହାକୁ ନୁହେଁ ବରଂ ନିଜେ ଜବାହରଲାଲ ନେହେରୁଙ୍କୁ ଉଦ୍ଧୃତ କରୁଛି ।
ସେ ପରବର୍ତୀ ଟ୍ୱିଟରେ ଲେଖିଛନ୍ତି - 24 ଜୁଲାଇ 1952 (ଶେଖ ଅବଦୁଲ୍ଲାଙ୍କ ସହ ବୁଝାମଣା ପରେ) ନେହେରୁ ଲୋକସଭାରେ ଏହା କହିଥିଲେ । ସ୍ବାଧୀନତାର ଏକ ମାସ ପୂର୍ବରୁ ହିଁ ମହାରାଜା ହରି ସିଂ ତାଙ୍କର ରାଜ୍ୟର ଭାରତରେ ବିଲୟ କରିବାକୁ ନେହେରୁଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ନେହେରୁ ତାଙ୍କୁ ପାଟି କରିଥିଲେ।
ଜୟରାମ ରମେଶଙ୍କ ମିଥ୍ୟା ପ୍ରଚାରର ପର୍ଦାଫାସ କରି କିରଣ ରିଜିଜୁ ଆଗକୁ ଲେଖିଛନ୍ତି ଯେ – ଏଠାରେ ନେହେରୁଙ୍କ ନିଜ ଶବ୍ଦରେ କୁହାଗଲା ଯେ କାଶ୍ମୀରର ଭାରତରେ ବିଲୟ କରାଇବାରେ ବିଳମ୍ବ ମହାରାଜା ହରି ସିଂ କରାଇ ନ ଥିଲେ, ବରଂ ନେହେରୁ କରାଇଥିଲେ । ଅନ୍ୟ ଗଡଜାତ ରାଜ୍ୟ ଭଳି ମହାରାଜା ହରି ସିଂ ମଧ୍ୟ ଜୁଲାଇ 1947 ମସିହାରେ ଭାରତରେ ବିଲୟ ପାଇଁ ଯୋଗାଯୋଗ କରିଥିଲେ । ଅନ୍ୟ ସମସ୍ତ ଦେଶୀୟ ରାଜ୍ୟଙ୍କ ଭାରତରେ ବିଲୟ ପ୍ରସ୍ତାବକୁ ସ୍ବୀକାର କରି ନିଆଯାଇଥିଲା ହେଲେ କାଶ୍ମୀରର ବିଲୟ ପ୍ରସ୍ତାବକୁ ଖାରଜ କରି ଦିଆଯାଇଥିଲା ।
କିରଣ ରିଜିଜୁ ଆହୁରି ଲେଖିଛନ୍ତି ଯେ – 1- ମହାରାଜା ହରି ସିଂହ 1947 ମସିହାରେ କାଶ୍ମୀରର ବିଲୟ ଭାରତରେ କରାଇବାକୁ ଚାହୁଁଥିଲେ, 2- ସେତେବେଳେ ନେହରୁ ହରିସିଂଙ୍କ ଅନୁରୋଧକୁ ଅସ୍ବୀକାର କରି ଦେଇଥିଲେ । 3- ନେହେରୁ କାଶ୍ମୀର ପାଇଁ ବିଶେଷ ମାମଲା ତିଆରି କରିଥିଲେ ଓ ବିଲୟ ଠାରୁ ଅଧିକ ଚାହୁଁଥିଲେ । ସେହି ବିଶେଷ ମାମଲା କଣ ଥିଲା, ଭୋଟ ବ୍ୟାଙ୍କ ରାଜନୀତି ।
ରିଜିଜୁ ନେହେରୁଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଜୟରାମ ରମେଶଙ୍କୁ ପଚାରିଥିଲେ – ନେହେରୁ ଜାମ୍ମୁ କାଶ୍ମୀରକୁ ଅନ୍ୟ ଦେଶୀୟ ରାଜ୍ୟ ମାନଙ୍କ ଭଳି ନ କରି ଅପବାଦ କାହିଁକି କରି ରଖିଥିଲେ, ସେଠାକାର ରାଜା ଭାରତରେ ସାମିଲ ହେବାକୁ ଚାହୁଁଥିଲେ ହେଲେ ନେହେରୁ ଆହୁରି ବହୁତ କିଛି ଚାହୁଁଥିଲେ । ବାସ୍ତବରେ ଦେଖିବାକୁ ଗଲେ ଭାରତକୁ ଏବେ ମଧ୍ୟ ନେହେରୁଙ୍କ ମୁର୍ଖାମୀର ମୂଲ୍ୟ ଦେବାକୁ ପଡୁଛି ।
This 'historical lie', that Maharaja Hari Singh dithered on question of accession of Kashmir with India has gone on for far too long in order to protect the dubious role of J.L.Nehru. ⁰
Let me quote Nehru himself to bust the lie of @Jairam_Ramesh. 1/6⁰https://t.co/US4XUKAF8E — Kiren Rijiju (@KirenRijiju) October 12, 2022