ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ
ହାଇଡ୍ରୋକ୍ସିକ୍ଲୋରୋକୋଇନ୍ ଟ୍ୟାବଲେଟର ପ୍ରଥମ ପରିବହନ ସୁବିଧା କରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଲା UAE
ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକୋଇନ୍ (HCQ)ର ପ୍ରଥମଥର ରପ୍ତାନୀ କରିଛି ଯେଉଁଥିରେ କୋଭିଡ -19 ଦ୍ୱାରା ପ୍ରଭାବିତ ରୋଗୀଙ୍କ ଚିକିତ୍ସା ପାଇଁ 5.5 ନିୟୁତ ବଟିକା ରହିଛି ।
ଭାରତରେ ଥିବା ୟୁଏଇ ଦୂତାବାସ ଏହାର ଟ୍ୱିଟର ହ୍ୟାଣ୍ଡେଲରେ ପଠାଇବା ପ୍ରକ୍ରିୟାକୁ ସହଜ କରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
UAE ସରକାରଙ୍କ ଅନୁରୋଧ କ୍ରମେ ଭାରତ ଏହି ବଟିକା ଯୋଗାଣରେ ସହାୟତା ପାଇଁ ପଦକ୍ଷେପ ନେଇଥିଲେ । ୟୁଏଇର କେତେକ କମ୍ପାନୀ ଭାରତରୁ ଅର୍ଡର ଦେଇଛନ୍ତି ବୋଲି ୟୁଏଇରେ ଥିବା ରାଷ୍ଟ୍ରଦୂତ ପାଭନ କପୁର କହିଛନ୍ତି ।
Download Argus News App
