ଏଠି ଭୀମ ବି ମହିଳା, ଦୁଃଶାସନ ବି ମହିଳା। କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। କିଏ ଚୁଟି ଘୋଷାଡିଲାଣି, ତ ଆଉ କିଏ କାନି ନ ହେଲେ ଚୁନି ଘୋଷାଡିଲାଣି। ଗାଲକୁ, ପିଠିକି ଦୁରଦାର ଭୁସଭାସ୍ କରି କସି ଦେଲେଣି। ଆପଣ କହିପାରନ୍ତି ଏ ସ୍ଥିତି ସମ୍ପୁର୍ଣ୍ଣ ରକ୍ତମୁଖା।
ଭାଇରାଲ ହେଉଥିବା ଏ ଦୃଶ୍ୟ ମହାନଗରୀ ମୁମ୍ବାଇ ଏକ ଲୋକାଲ ଟ୍ରେନର ବୋଲି କୁହାଯାଉଛି। ଥାନେ-ପାନଭେଲ ସ୍ଥାନୀୟ ଟ୍ରେନର ଲେଡିଜ୍ କମ୍ପାର୍ଟମେଣ୍ଟରେ ମହିଳାମାନେ ପରସ୍ପର ସହ ସଂଘର୍ଷ କରୁଛନ୍ତି। ଅଶ୍ଲୀଳ କଥାବାର୍ତ୍ତା ହାତାହାତିର ରୂପ ନେବାପରେ ମହିଳା ପୁଲିସ ଘଟଣାରେ ହସ୍ତକ୍ଷେପ କରିଥିଲେ। ହେଲେ ଗଣ୍ଡେଗାଳ ଭିତରେ କେହି ଦୁର୍ବୃତ୍ତ ମହିଳା ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି।
ସରକାରୀ ରେଳ ପୋଲିସ (GRP) ଇନ୍ସପେକ୍ଟର ସମ୍ୱାଜୀ କାଟାରେଙ୍କ କହିବା ଅନୁଯାୟୀ, ତୁର୍ବେ ଷ୍ଟେସନ ନିକଟରେ ଏହି ବିବାଦ ଦେଖା ଦେଇଥିଲା। ଗୋଟିଏ ସିଟରେ ବସିବା ପାଇଁ ତିନିଜଣ ମହିଳା ଯାତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ର ରୂପ ନେବାରୁ ସ୍ଥିତି ଅଣାୟତ୍ତ ହୋଇ ପଡିଥିଲା।
ଏହି ଘଟଣାରେ ଜଣେ ମହିଳା ପୁଲିସଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ମୁଣ୍ଡ ଫାଟିଯାଇଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।