ହିତାଧିକାରୀଙ୍କୁ LPG ଗ୍ୟାସ ସଂଯୋଗ ଫଳରେ ହ୍ରାସ ପାଇଛି ପ୍ରଦୂଷଣ ଓ ଧୂଆ ଜନିତ ସ୍ବାସ୍ଥ୍ୟ ସମସ୍ୟା । ରାଜ୍ୟର ଗରିବ ପରିବାରକୁ ନୂଆ LPG ସଂଯୋଗ ପାଇବା ପାଇଁ 1,600 ଟଙ୍କା ସହାୟତା ମଧ୍ୟ ମିଳିପାରୁଛି । ଏହା ମହିଳାଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ପରିବେଶ ସ୍ବଚ୍ଛତା ପାଇଁ ମଧ୍ୟ ସହାୟକ ହୋଇପାରିଛି । ଉଜ୍ଜ୍ବଳା ଯୋଜନାରେ ଗ୍ୟାସ ସବସିଡି ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୬,୧୦୦ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୭,୬୮୦ କୋଟି ଟଙ୍କା ବ୍ୟୟବରାଦକୁ ମିଳିଥିଲା କ୍ୟାବିନେଟ ମଞ୍ଜୁରୀ ।
୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପିଏମ ଉଜ୍ଜ୍ବଳା ଯୋଜନାରେ ଦେଶରେ ୯.୫୯ କୋଟି ହିତାଧିକାରୀ ରହିଛନ୍ତି। ଦୁଇଟି ପର୍ଯ୍ୟାୟରେ ଦେଶର 9 କୋଟି ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଯୋଗାଇ ଦେବାରେ ସଫଳ ହୋଇଛନ୍ତି କେନ୍ଦ୍ର ସରକାର । ସାମୟିକ ଭାବରେ ନୂତନ ସଂଯୋଗ ସ୍ଥଗିତ ରହିଥିବାବେଳେ ଆଗକୁ ଯୋଜନା ସମ୍ପ୍ରସାରଣ ଲକ୍ଷ୍ୟ ରଖିଛନ୍ତି ସରକାର ।
ଅଧିକ ପଢନ୍ତୁ ଭାରତ ଖବର