ଏହି ଗସ୍ତ ସମୟରେ ଅନେକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହେବାର ଆଶା କରାଯାଉଛି । ନୂଆଦିଲ୍ଲୀ ବ୍ୟତୀତ ଜନସନ ବେଙ୍ଗାଲୁରୁ ମଧ୍ୟ ଯାତ୍ରା କରିବା ନେଇ ସୂଚନା ମିଳିଛି । ଗତ ବର୍ଷ ବୋରିସ ଜନସନ ୨ ଥର ଭାରତ ଆସିବା ନେଇ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ କୋଭିଡ ପାଇଁ ଏହାକୁ ବାତିଲ କରାଯାଇଥିଲା ।
ଗଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୋରିସ ଜନସନଙ୍କ ନିମନ୍ତ୍ରଣ କରାଯାଇଥିବା ବେଳେ ବ୍ରିଟେନରେ କୋଭିଡ ମାମଲା ବୃଦ୍ଧି ଯୋଗୁଁ ଗସ୍ତ ବାତିଲ ହୋଇଥିଲା । ସେହିପରି ଏପ୍ରିଲରେ ଭାରତରେ କୋଭିଡର ଦ୍ବିତୀୟ ଲହର ପାଇଁ ମଧ୍ୟ ଗସ୍ତ ବାତିଲ କରାଯାଇଥିଲା ।
ଆହୁରି ଅଧିକ ଜାତୀୟ ଖବର ପଢନ୍ତୁ…