ଅର୍ଗସ ବ୍ୟୁରୋ: କରୋନା ପରେ କଳା ମୃତ୍ୟୁ । ଚୀନରେ ଏବେ ବ୍ୟୁବୋନିକ ପ୍ଲେଗ ସଂକ୍ରମଣ । ରିପୋର୍ଟ ଅନୁସାରେ, ପ୍ଲେଗ ସଙ୍କ୍ରମଣକୁ ସ୍ବୀକାର କରିଛି ଚୀନ । ଆନୁଷ୍ଠାନିକ ଭାବରେ ଦେଶରେ ପ୍ରଥମ ପଜିଟିଭ କେସ ମିଳିଛି । ଚୀନର ଇନର ମଙ୍ଗୋଲିଆରେ ପ୍ରଥମ କେସ ସାମ୍ନାକୁ ଆସିଛି । ତେବେ ୨୦୧୯ ନଭେମ୍ବର ମାସରେ ଚୀନରେ ୪ଟି ପ୍ଲେଗ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରେ ୨ଟି ରୂପ ବିପଦର ସଙ୍କେତ ଦେଇଥିଲା ।
ତେବେ ବଡ଼ କଥା ହେଉଛି ଏଥିରେ ମଧ୍ୟ ମାନବରୁ ମାନବକୁ ସଙ୍କ୍ରମଣ ହେବାର ସମ୍ଭାବନା ରହିଛି । WHO କହିଛି ସ୍ଥିତି ଉପରେ ନଜର ରଖାଯାଇଛି, ବର୍ତ୍ତମାନ ଭୟଭୀତ ହେବାର କାରଣ ନାହିଁ । ଏହି ପ୍ଲେଗ ମୂଷାରେ ଥିବା ‘ୟରସିନିୟୋ ପୋଷ୍ଟିସ’ ନାମକ ବ୍ୟାକ୍ଟେରିଆରୁ ସଙ୍କ୍ରମିତ ହୋଇଥାଏ । ସଙ୍କ୍ରମଣ ଅଧିକ ହେଲେ ଏଥିରେ ଜୀବନ ଯିବାର ଭୟ ମଧ୍ୟ ରହିଛି । WHO ଅନୁସାରେ ଆକ୍ରାନ୍ତଙ୍କ ନିଶ୍ୱାସ ଓ ଛେପର ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିଥାଏ । ୧୮୯୪ରେ ଅଫିମ ବ୍ୟାପାର କେନ୍ଦ୍ରରୁ ପ୍ଲେଗ ସାରା ବିଶ୍ୱକୁ ବ୍ୟାପିଥିଲା । ସେହିପରି ୨୦୧୦ରୁ ୨୦୧୫ ମଧ୍ୟରେ ସାରା ବିଶ୍ୱରେ ପ୍ଲେଗର ୩ ହଜାର ୨୪୮ ମାମଲା ରେକର୍ଡ କରାଯାଇଛି । ସେଥିରୁ ୫୮୪ ଜଣଙ୍କ ଜୀବନ ନେଇଛି ପ୍ଲେଗ ।

