ଦେଶର ସୁନା ଝିଅଙ୍କୁ ଚମତ୍କାର ଢଙ୍ଗରେ ପାଛୋଟି ଆଣିଲେ ଦେଶବାସୀ । ଚଳିତ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିଲେ ଭାରତୀୟ ମହିଳା ଟିମ୍ । ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡ ଟିମ୍ କୁ ମାତ୍ର ୬୮ ରନ୍ ରେ ଅଲଆଉଟ କରିବା ସହ ୧୪ ଓଭରରେ ମାତ୍ର ୩ ୱିକେଟ୍ ହରାଇ ମ୍ୟାଚ୍ କୁ ଜିତି ନେଇଥିଲା ଭାରତ । ସେଫାଳୀ ବର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ ଟାଇଟଲ୍ ହାସଲ କରିଛି । ଏବେ ଦେଶରେ ପହଞ୍ଚିବା ପରେ ସୁନା ଝିଅଙ୍କୁ ସ୍ବାଗତ କରିଛନ୍ତି ଦେଶବାସୀ ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।