ଘର
ଭାରତ
ଆୟୁଷ୍ମାନ ଯୋଜନାରେ ଦେଶର ୧୯୪୯ଟି ମେଡିକାଲରେ ମିଳିବ ଚିକିତ୍ସା
ଆୟୁଷ୍ମାନ ଯୋଜନାରେ ଦେଶର ୧୯୪୯ଟି ମେଡିକାଲରେ ମିଳିବ ଚିକିତ୍ସା
by Smruti Parija
ଅର୍ଗସ ବ୍ୟୁରୋ: ବିଶ୍ବର ସର୍ବବୃହତ୍ ସ୍ବାସ୍ଥ୍ୟ ବୀମା ଯୋଜନା । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା । ସବୁ ଲିଙ୍ଗ, ବୟସ ବର୍ଗର ବ୍ୟକ୍ତିମାନେ ଏଥିରେ ଉପକୃତ ହେବେ । ପରିବାରର ସଦସ୍ୟ ସଂଖ୍ୟାକୁ ନେଇ କୌଣସି କଟକଣା ନାହିଁ । ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ମିଳିବ ସୁବିଧା ।
ଆୟୁଷ୍ମାନ ଯୋଜନାରେ ଦେଶର ୧୯୪୯ଟି ମେଡିକାଲରେ ମିଳିବ ଚିକିତ୍ସା । ୭୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ରହିଛି । ଏଥିପାଇଁ ସେମାନଙ୍କ ଆୟକୁ ବିଚାରକୁ ନିଆଯିବ ନାହିଁ । ଆୟୁଷ୍ମାନ ଭାରତ ଯୋଜନାରେ ୬ କୋଟିରୁ ଅଧିକ ବୟସ୍କ ଲୋକ ଉପକୃତ ହେବେ । ସବୁ ମେଡିକାଲରେ ମିଳିବ କ୍ୟାସଲେସ୍ ଚିକିତ୍ସା । ଘରୋଇ ଓ ସରକାରୀ ମେଡିକାଲରେ ମିଳିବ ମାଗଣା ଚିକିତ୍ସା । ଆୟୁଷ୍ମାନ ଯୋଜନାରେ ଉପକୃତ ହେବେ ୧୨ କୋଟି ପରିବାର । ୫୦ କୋଟିରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଫାଇଦା ।
ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା ଯୋଜନା