Union cabinet increases MSP for rabi crops for marketing season 2022-23 pic.twitter.com/Q6JyNBSKm8 — ANI (@ANI) September 8, 2021
କେନ୍ଦ୍ର ସରକାର ୨୦୨୨-୨୩ ମାର୍କେଟିଂ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବଢାଇଦେଇଛନ୍ତି । ମସୁର ଡାଲି ଓ ସୋରିଷର ଏମଏସପି କ୍ୱିଣ୍ଟାଲ ପିଛା ସର୍ବାଧିକ ୪୦୦ ଟଙ୍କା ବୃଦ୍ଧି ପାଇଛି । ଏହା ଫଳରେ ମସୁର ଡାଲିର ଏମଏସପି କ୍ୱିଣ୍ଟାଲ ପିଛା ୫୫୦୦ ଟଙ୍କାକୁ ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ୫୦୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ବାର୍ଲିର ଏମଏସପି କ୍ୱିଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି ସହ ୧୬୩୫ ଟଙ୍କାରେ ପହଞ୍ଚିଛି । ସେହିପରି ଗହମର ଏମଏସପି କ୍ୱିଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି ପାଇ ୨୦୧୫ ଟଙ୍କାରେ ପହଞ୍ଚିଥିବାବେଳେ ବୁଟର ଏମଏସପି କ୍ୱିଣ୍ଟାଲ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୫୨୩୦ ଟଙ୍କାରେ ପହଞ୍ଚିଛି ।