ଆଜି ମୋଦିଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ !
ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ସମ୍ପ୍ରସାରଣ ଆଜି ଅପରାହ୍ନରେ ହେବା ସମ୍ଭାବନା । ବର୍ତ୍ତମାନ ସରକାରରେ ୫୩ଜଣ ମନ୍ତ୍ରୀ ଥିବା ବେଳେ ଆଉ ୨୮ଟି ପଦ ଖାଲି ରହିଛି। ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ନେତା ମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନାନ୍ଦ ସୋନୱାଲ, ସୁଶିଲ ମୋଦିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମାନଙ୍କୁ ମନ୍ତ୍ରୀ ମଣ୍ଡଳ ମିଳିବା ସହ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବା ନେଇ ମଧ୍ୟ ସମ୍ଭାବନା ରହିଛି।
Download Argus News App
