ଅଧିକ ପଢନ୍ତୁ ଦେଶ ଖବର
ଆସନ୍ତାକାଲି ଏହି ବିଲକୁ ସଂସଦରେ ଆଗତ କରାଯିବ । ଗଣେଶ ପୂଜା ଅବସରରେ ନୂଆ ସଂସଦରେ ଏଣିକି ଅଧିବେଶନ ବସୁଥିବା ବେଳେ ଏହି ଐତିହାସିକ ବିଲ୍ ଆଗତରୁ ହିଁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଅନେକ ସରକାର ଓବିସି ସଂରକ୍ଷଣ ବିଲ୍ ନେଇ ଚିନ୍ତା କରିଥିଲେ କେହି ଏଯାଏଁ ଏହା ଉପରେ ମୋହର ମାରିବାର ସାହସ କରୁ ନ ଥିଲେ । ତେବେ ମୋଦି ସରକାର ଏହି ଐତିହାସିକ ନିଷ୍ପତ୍ତି ନେବା ସହ ପ୍ରମାଣିତ କରିଛନ୍ତି ଯେ ମୋଦି ହୈ ତୋ ମୁମକିନ୍ ହୈ ।
ବର୍ତ୍ତମାନ ଲୋକସଭାର ୫୪୩ ସିଟ୍ ମଧ୍ୟରୁ ୮୪ଟି ସିଟ୍ ଅର୍ଥାତ୍ ୧୫ ପ୍ରତିଶତ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି । ସେହିପରି ୪୭ଟି ଆସନ ଅର୍ଥାତ୍ ପ୍ରାୟ ୮ ପ୍ରତିଶତ ଅନୁସୂଚିତ ଜନଜାତିଙ୍କ ପ୍ରତି ସଂରକ୍ଷିତ ଅଛି । ତେଣୁ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପଛୁଆ ବର୍ଗଙ୍କୁ ସେମାନଙ୍କ ହକ୍ ଅନେକାଂଶରେ ଦେବାରେ ସମର୍ଥ ହେବା ନିଶ୍ଚିତ ।