ମୁଁ ନିଶ୍ଚିତ ଯେ ୟୁଏଇ ଏବଂ ଦୁବାଇ ସହିତ ଆମର ଗଭୀର ଏବଂ ଐତିହାସିକ ସମ୍ପର୍କକୁ ଆହୁରି ମଜବୁତ କରିବ ଏହି ଏକ୍ସପୋ । ଟୋକିଓ ଅଲିମ୍ପିକ ପରେ ଏହା ମହାମାରୀ ଜଗତର ପ୍ରଥମ ବିଶ୍ବ ସ୍ତରୀୟ ମେଳା ଯାହା ବିନା ଦର୍ଶକରେ ଆୟୋଜିତ ହୋଇଛି । ନୃତ୍ୟ, ଗୀତ, ଆତସବାଜି ଓ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦ୍ଘାଟିତ ହୋଇଥିଲା ଦୁବାଇ ଏକ୍ସପୋ । ଯେଉଁଥିରେ ବିଶ୍ବ ସହଯୋଗର ଶକ୍ତି ବିଷୟରେ ବାର୍ତ୍ତା ଦିଆଯାଇଛି ।
ଏକ ମରୁଭୂମିରେ ଏହି ଏକ୍ସପୋ ଆୟୋଜିତ ହୋଇଛି ଯାହାର ଆକାର ଏକ ଫୁଟବଲ ପଡ଼ିଆ ସହ ସମାନ । ବିଶ୍ବରେ ପର୍ଯ୍ୟଟନର ବିକାଶ ତଥା ଏହାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅନେକ ଇଭେଣ୍ଟ । ଏଥିରେ ଭାରତ ବି ହୋଇଛି ସାମିଲ ।
#WATCH | Union Commerce and Industry Minister Piyush Goyal inaugurates India Pavilion at Dubai Expo 2020 in United Arab Emirates pic.twitter.com/tXN66sGtl4 — ANI (@ANI) October 1, 2021