ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଯେତିକି ଆଶା କରିଥିଲେ ସେତିକି ମାର୍କ ରଖିପାରିନାହାନ୍ତି । ମନ ଦୁଃଖ କରନ୍ତୁନି । କେବଳ ଗୋଟିଏ ପରୀକ୍ଷା ତୁମ ସାମର୍ଥ୍ୟର ବାଖ୍ୟା କରେ ନାହିଁ । ତୁମ ସ୍ପପ୍ନକୁ ପୁରା କରିବାକୁ କଠିନ ପରିଶ୍ରମ ଜାରି ରଖ । ସଫଳତା ନିଶ୍ଚୟ ମିଳିବ ।
ଗତ କିଛି ବର୍ଷ ଧରି ଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହୁଛି । ଏଥର ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ମାତ୍ ଦେଇଛନ୍ତି । ଯାହା ସମାଜ ପାଇଁ ଅତି ଖୁସିର ଖବର ।
Heartily congratulate my young friends who have cleared the #CBSE Class XII examinations.
It is a moment to rejoice the success and cherish the fruits of hard work that you put all year round. Best wishes for a happy and bright future. — Dharmendra Pradhan (@dpradhanbjp) May 12, 2023
ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ୍ ୧୭ ଲକ୍ଷ ଛାତ୍ରୀଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ମୋଟ୍ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି। ଗତଥର ଅପେକ୍ଷା ଚଳିତ ଥର ପାସ ହାର୍ କମ୍ ରହିଥିବା ଜଣାପଡ଼ିଛି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ୬ ପ୍ରତିଶତ ଅଧିକ ରହିଛି । ଚଳିତବର୍ଷ ଛାତ୍ରୀଙ୍କ ପାସ୍ ହାର ୯୦.୬୮% ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୪.୬୭% ରହିଛି । ୯୯.୯୧ ପ୍ରତିଶତ ରେଜଲ୍ଟ ରଖି ଥିରୁଭାନନ୍ତପୁରମ୍ ଶୀର୍ଷରେ ରହିଛି ।