ସମସ୍ତଙ୍କ ମଧ୍ୟରେ ଏନେଇ ଭୟ ସୃଷ୍ଟି ହୋଇଛି । ଓମିକ୍ରନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ଯଦିଓ ଭାରତରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇନାହିଁ, ତଥାପି ସତର୍କ ରହିବାକୁ କୁହାଯାଉଛି ।
ଏବେ ସୁଦ୍ଧା 16ଟି ଦେଶକୁ ବ୍ୟାପିଲାଣି ‘ଓମିକ୍ରନ’ । ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ବେଲଜିୟମ, ବୋସ୍ତୱାନା, କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ,ନେଦରଲାଣ୍ଡ,ପର୍ତ୍ତୁଗାଲ, ସ୍କଟଲାଣ୍ଡ, ସ୍ୱିଜରଲାଣ୍ଡ, ଚେକ୍ ଗଣତନ୍ତ୍ର ଏବଂ ବ୍ରିନେଟ ଭଳି ଦେଶରେ ବ୍ୟାପିବାରେ ଲାଗିଛି ଓମିକ୍ରନ । ଏହା ଖୁବ କ୍ଷୀପ୍ର ଗତିରେ ବ୍ୟାପୁଛି, ଏହାଦ୍ୱାରା ଅତି ଗୁରୁତର ପରିଣାମ ଭୋଗିବାକୁ ପଡିପାରେ ବୋଲି ସତର୍କ କରିଛି ହୁ ।