ଅଦାଲତଙ୍କ ଦ୍ୱାରା ସରକାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ଚୟନ ପାଇଁ ପ୍ରଧାନମନ୍ତ୍ରୀ, ଭାରତର ମୁଖ୍ୟ ବିଚାରପତି ଓ ଲୋକସଭାରେ ବିରୋଧୀ ଦଳର ନେତାଙ୍କୁ ସାମିଲ କରିବାକୁ ନିର୍ଦେଶ ଦିଆଯାଇଥିବା ସମ୍ପର୍କରେ ପଚାରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ କିରଣ ରିଜିଜୁ ଏହା କହିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ରିଜିକୁ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବିଧାନରେ ନିର୍ଧାରଣ କରାଯାଇଛି । ସଂସଦରେ ଏହି ମାମଲାରେ ଆଇନ ପ୍ରଣୟନ କରାଯିବାର ରହିଛି, ଯାହା ଅନୁସାରେ ନିଯୁକ୍ତି କରାଯିବାର ଅଛି । ମୁଁ ସ୍ୱୀକାର କରୁଛି ଯେ ସଂସଦରେ ଏହାକୁ ନେଇ କୌଣସି ଆଇନ ପ୍ରଣୟନ କରାଯାଇ ନାହିଁ ଓ ଏହା ବର୍ତମାନ ଯାଏ ଖାଲି ଅଛି ।
ସେ ଆହୁରି କହିଛନ୍ତି ଯେ ମୁଁ ସୁପ୍ରିମକୋର୍ଟର ରାୟକୁ ସମାଲୋଚନା କରୁ ନାହିଁ କିମ୍ବା ସରକାର କଣ କରିବେ ତାକୁ ନେଇ ମଧ୍ୟ କୌଣସି ମନ୍ତବ୍ୟ ଦେଉ ନାହିଁ । କେନ୍ଦ୍ରୀୟ ମନ୍ତ୍ରି ରିଜିଜୁ କହିଛନ୍ତି ଯେ ଯଦି ଭାରତର ମୁଖ୍ୟ ବିଚାରପତି ସବୁ ଗୁରୁତ୍ୱପୂର୍ଣ ନିଯୁକ୍ତିରେ ଭାଗ ନେବେ ତେବେ ନ୍ୟାୟପାଳିକାର କାମ କିଏ କରିବ । ଦେଶରେ ଅନେକ ପ୍ରଶାସନିକ ମାମଲା ରହିଛି । ଆମକୁ ଦେଖିବାକୁ ପଡିବ ଯେ ମୁଖ୍ୟ ଭାବେ ନ୍ୟାୟିକ କାର୍ଯ୍ୟ କରିବା ଭାରତର ବିଚାରପତିଙ୍କର ମୁଖ୍ୟ କାର୍ଯ୍ୟ । ଯଦି ବିଚାରପତି ମାନେ ପ୍ରଶାସନିକ କାମରେ ଲାଗିବେ ତେବେ ତାଙ୍କୁ ସମାଲୋଚନାର ଶୀକାର ହେବାକୁ ପଡିବ ।
ଶ୍ରୀ ରିଜିଜୁ ଆହୁରି କହିଛନ୍ତି ଯେ ଉଦାହରଣ ସ୍ୱରୂପ ମାନି ନିଅନ୍ତୁ ଯେ ଆପଣ ମୁଖ୍ୟ ବିଚାରପତି ବା ବିଚାରପତି ଅଛନ୍ତି । ଆପଣ କୌଣସି ପ୍ରଶାନିକ ପ୍ରକ୍ରିୟାର ଅଂଶବିଶେଷ ଅଛନ୍ତି ଯାହା ଯଦି ପ୍ରଶ୍ନ ଘେରରେ ଆସି ଯାଏ ଓ କୋର୍ଟକୁ ମାମଲା ଆସେ ତେବେ ସେହି ମାମଲାରେ ଆପଣ ନିରପେକ୍ଷ ଭାବେ କିପରି ରାୟ ଦେଇ ପାରିବେ । କାରଣ ଆପଣ ସେହି ମାମଲାର ଅଂଶବିଶେଷ ଥିଲେ । ଏଭଳି ସ୍ଥିତିରେ ନ୍ୟାୟର ସିଦ୍ଧାନ୍ତ ସହିତ ସାଲିସ ହୋଇ ଯିବ । ତେଣୁ ସମ୍ବିଧାନରେ ଲକ୍ଷ୍ମଣ ରେଖା ଅତ୍ୟନ୍ତ ସ୍ପଷ୍ଟ ।
ଅଧିକ ପଢନ୍ତୁ ଦେଶ ଖବର