ଏହି ଅବସରରେ ଭାରତରେ ପ୍ରସ୍ତୁତ ଡ୍ରୋନର ପ୍ରଦର୍ଶନ କରାଯାଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଭାରତ ହେଉଛି ମିଲିୟନ ସମସ୍ୟାର ବିଲିୟନ ସମାଧାନ ।
ଚେନ୍ନାଇର ଡ୍ରୋନ୍ ୟୁନିଭର୍ସିଟିକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଅର୍ଗସ ବ୍ୟୁରୋ: ଚେନ୍ନାଇର ଡ୍ରୋନ୍ ୟୁନିଭର୍ସିଟିକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଭିସି ଯୋଗେ ସେ ଏହି ଡ୍ରୋନ ୟୁନିଭର୍ସିଟିର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଜିର ଦୁନିଆରେ ଟେକନୋଲୋଜି ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇପାରୁଛି । ଡ୍ରୋନ ସହାୟତାରେ ଉପାନ୍ତ ଅଞ୍ଚଳରେ ଔଷଧ ଓ ଭ୍ୟାକ୍ସିନ ପହଞ୍ଚାଯାଇ ପାରୁଛି । କୃଷି କ୍ଷେତ୍ରରେ ଡ୍ରୋନ ଦ୍ୱାରା ଅନେକ କାର୍ଯ୍ୟ ହେଉଛି ।
Download Argus News App
