ଓଡିଶା ପର୍ବରେ ପ୍ରଥମ ଦିନରେ ଓଡ଼ିଆ ଓ ଦ୍ଵିତୀୟ ଦିନରେ ସ୍ୱାଭିମାନ ଉପରେ ଆଲୋଚନା ହୋଇଥିବା ବେଳେ ଆଜି ସ୍ୱାବଲମ୍ବନ ଉପରେ ଆଲୋଚନା ହୋଇଛି । ଯେଉଁଥିରେ ସୋଆ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦାମୋଦର ଆଚାର୍ଯ୍ୟ , ଆପୋଲୋ ହସ୍ପିଟାଲ ମୁଖ୍ୟ ଆଶିଷ ପତି, ଅର୍ଥନୀତିଜ୍ଞ ସନ୍ତୋଷ କୁମାର ମହାପାତ୍ର, ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପୂର୍ବତନ ଡାଇରେକ୍ଟର ଡକ୍ଟର ଅଶୋକ କୁମାର ମହାପାତ୍ର , ସନ୍ଦୀପ ଦାସ, ଡ. ଯଦୁମଣି ଜେନା ପ୍ରମୁଖ ଯୋଗ ଦେଇଥିଲେ।
ଚଳିତବର୍ଷ ଓଡିଶା ପର୍ବର ବିଷୟବସ୍ତୁ ରହିଛି ଅନନ୍ୟ ଓଡିଶା । 3 ଦିନିଆ ଓଡିଶା ପର୍ବ କାର୍ଯ୍ୟକ୍ରମରେ ଓଡିଶା କଳା ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଏକାଧିକ ବିଷୟବସ୍ତୁ ଉପସ୍ଥାପନ କରାଯାଉଛି । ଗତକାଲି ଓଡିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ଆହେ ନୀଳ ଶଇଳ ପରିବେଷଣ କରାଯାଇଥିଲା । ଜାବାହାରଲାଲ ନେହେରୁ ଷ୍ଟାଡିୟମର ଖୋଲା ମଞ୍ଚରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା । ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା ।