ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି 2.0 ସରକାରରେ ଦୁଇ ଓଡ଼ିଆ ମନ୍ତ୍ରୀ ପଦ ପାଇଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡ଼ଙ୍ଗୀ ଗତକାଲି ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଛନ୍ତି ।
ଏହାପରେ ଆଜି ସକାଳେ ଦିଲ୍ଲୀସ୍ଥିତ ହଜ୍ଖାସ୍ ଗାଁରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମରିଦୁଲା ପ୍ରଧାନ ମଧ୍ୟ ସାମିଲ ଥିଲେ ।
Delhi: Union Minister Dharmendra Pradhan along with his wife Mridula Pradhan and Union Minister Pratap Chandra Sarangi visit Jagannath Temple in Hauz Khas village. BJP MP from Bhubaneswar Aparajita Sarangi also accompanied them. pic.twitter.com/1hR36l4nfl
— ANI (@ANI) May 31, 2019
ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି ।
