ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ ଟ୍ଵିଟ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ଜନତାଙ୍କ ଜଣେ ନେତା ତଥା ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ସଂସଦୀୟ ସଦସ୍ୟ, ତାଙ୍କ ଜୀବନ ଗରିବ ଏବଂ ଅସୁରକ୍ଷିତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଥିଲା। ପ୍ରଭୁ ଜଗନ୍ନାଥ ତାଙ୍କ ବିୟୋଗିତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।
୭୪ ବର୍ଷ ବୟସରେ ଆଖି ବୁଜିଛନ୍ତି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ୱାନ, ଦିଲ୍ଲୀର ଏକ ହସ୍ପିଟାଲରେ ସେ ଚିକିତ୍ସା ହେଉଥିଲେ। ଦୀର୍ଘ ୫୦ ବର୍ଶ ହେବ ସେ ରାଜନୀତିରେ ସକ୍ରିୟ ଥିଲେ। ସେ ଜଣେ ଦକ୍ଷ ଦଳିତ ନେତା ଭାବେ ସାରା ଦେଶରେ ଜଣାଶୁଣା।
ବର୍ତ୍ତମାନ କେନ୍ଦ୍ରର ମୋଦି ସରକାରରେ ସେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ରାମବିଳାସ ଲୋକସଭାକୁ ୮ ଥର, ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ। କିଛି ସପ୍ତାହ ପୂର୍ବରୁ ହୃତ୍ପିଣ୍ଡଜନିତ ସମସ୍ୟା ନେଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍ରେ ସେ ଭର୍ତ୍ତି ହୋଇଥିଲେ।