ନକ୍ସଲ ହମଲା ପରେ 5 ଜିଲ୍ଲାରେ ଚେକିଂ, ବ୍ଲକିଂ ଜୋରଦାର୍
ଛତିଶଗଡ଼ରେ ବଡଧରଣର ନକ୍ସଲ ହମ୍ଲାକୁ ସବୁଆଡ଼ୁ ନିନ୍ଦା କରାଯାଇଛି । ନକ୍ସଲ ନିପାତ ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲ ବିରୋଧୀ ଅପରେସନ ଚାଲିଥିବାବେଳେ ବିସ୍ଫୋରଣ କରି ଯବାନଙ୍କ ଭ୍ୟାନ୍ ଉଡ଼ାଇଦେଇଛନ୍ତି ନକ୍ସଲ । ଅପରେସନ୍ ପାଇଁ ଯିବାବେଳେ ଯବାନଙ୍କୁ ଆମ୍ବୁସ୍ ଲଗାଇ ହମ୍ଲା କରିଥିଲେ ମାଓବାଦୀ ।
IED ବିସ୍ଫୋରଣରେ 11 ଯବାନ ସହିଦ, ଆସିଲା ମୃତ ଯବାନଙ୍କ ତାଲିକା
ଛତିଶଗଡରେ ଏହି ନକ୍ସଲ ଆକ୍ରମଣ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି । ଓଡ଼ିଶାର 5 ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ବରଗଡ଼ ଓ ନୂଆପଡାରେ ହାଇ ଆଲର୍ଟ ଜାରି କରାଯାଇଥିବା ନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 5 ଜିଲ୍ଲାର ଏସପି ମାନଙ୍କୁ ଆଲର୍ଟ ପାଇଁ ନିର୍ଦେଶ ଦିଆଯାଇଛି ।
ଆଇଇଡି ବିସ୍ଫୋରଣରେ ୧୦ ଜଣ ଯବାନ ସହିଦ ହୋଇଥିବା ବେଳେ, ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।
Deepest condolences to the families of the brave police personnel who lost their lives in the cowardly attack in Dantewada, Chhattisgarh.
Their sacrifice will not be forgotten. Pray to Almighty to give strength and solace to the affected families. Om Shanti. — Dharmendra Pradhan (@dpradhanbjp) April 26, 2023