କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଲାକାତା ରାଜପଥରେ ବାଇକ ରାଲିରେ ଜାତୀୟ ପତାକା ଧରି ଜାତୀୟ ଏକତା, ଶାନ୍ତି, ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିଥିଲେ । ‘ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ଏହି ଅଭିଯାନ ସମସ୍ତଙ୍କୁ ପୁନର୍ବାର ଆତ୍ମନିର୍ଭର ଭାରତ ଗଠନ ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଏହି ବାଇକ ରାଲି ଅବସରରେ କେନ୍ଦ୍ରମନ୍ତ୍ରୀ ନିଃସ୍ୱାର୍ଥପର ଦେଶପ୍ରେମୀ ତଥା ପଶ୍ଚିମବଙ୍ଗର ସୁଯୋଗ୍ୟ ସନ୍ତାନ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମହାନ ବ୍ୟକ୍ତିବିଶେଷଙ୍କ ଜାତୀୟ ଏକତା ଏବଂ ବିକାଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଦେଶ ସର୍ବଦା ମନେରଖିବ ।
ପଶ୍ଚିମବଙ୍ଗ ଲୋକସଭା ପ୍ରବାସ ଅଧୀନରେ ଶ୍ରୀ ପ୍ରଧାନ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଲୋକମାନଙ୍କୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣର ହିସାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣକାରୀ ଯୋଜନା ଗୁଡ଼ିକ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ । ଏହାବ୍ୟତିତ କାଶୀପୁର କୈଳାଶ ଧାମ ମନ୍ଦିରରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ । କାନକୁରଗାଚ୍ଛି ସ୍ଥିତ ରାମକୃଷ୍ଣ ମଠ ପରିଦର୍ଶନ କରିବା ସହ ସାଧୁ ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ । ସେହିପରି ଶ୍ରୀ ରାମକ୍ରୀଷ୍ଣ ପ୍ରେମ ବିହାର ଆଶ୍ରମ ପରିଦର୍ଶନ କରିଥିଲେ । ‘ଅନୁସିଲିଆନ ସମିତି’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଯୋଜନା, ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।