Union Ministers Hardeep Singh Puri, Jyotiraditya Scindia, Kiren Rijiju and Gen (Retd) VK Singh to travel to neighbouring countries of Ukraine to coordinate the evacuation mission and help students: Govt sources#RussiaUkraineCrisis pic.twitter.com/DbaQ6U47KQ — ANI (@ANI) February 28, 2022
ୟୁକ୍ରେନ ଋଷ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିବାବେଳେ ସାମନାକୁ ଆସୁଛି ଛାତିଥରା ଦୃଶ୍ୟ । ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ଅପରେସନ ଗଙ୍ଗା ମାଧ୍ୟରେ ଉଦ୍ଧାର କରାଯାଉଛି । ହେଲେ ଏବେ ବି ବହୁ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ବେଳେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ୟୁକ୍ରେନ ସେନା ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି ।
ଭାରତୀୟ ଛାତ୍ରଙ୍କ ଏକ ଗ୍ରୁପ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୀର୍ଘ ବାଟ ଚାଲି ଚାଲି ରୋମାନିଆ ସୀମାରେ ପହଞ୍ଚିଥିଲେ । ମାତ୍ର ବହୁ କାକୁତିମିନତି ସତ୍ତ୍ୱେ ସେମାନଙ୍କ ରୋମାନିଆ ବର୍ଡରରେ ଏଣ୍ଟ୍ରି ମିଳି ନ ଥିଲା। ଏପରି ସେଠାରେ ମୁତୟନ ଥିବା ୟୁକ୍ରେନ ପୁଲିସ୍ ସେମାନଙ୍କୁ ଆଖିବୁଜା ପିଟିଥିବା ବଖାଣିଛନ୍ତି କିଛି ଭାରତୀୟ ଛାତ୍ରଛାତ୍ରୀ । ଫଳରେ ଭିଡିଓ ଜରିଆରେ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।