ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କର ଚୟନ କରନ୍ତି, ସେମାନଙ୍କର ସହିତ ଚୁକ୍ତି କରନ୍ତି । ଫସଲ କ୍ଷୟକ୍ଷତି ରିପୋର୍ଟ ବି ରାଜ୍ୟ ସରକାର କରିଥାଆନ୍ତି । ସାରା ଦେଶରେ ଫସଲ ବୀମା ଯୋଜନାରେ ଚାଷୀମାନେ କ୍ଷୟକ୍ଷତି ପାଇଁ ବୀମା ରାଶି ପାଇପାରୁଛନ୍ତି । ହେଲେ ଓଡିଶାରେ କାହିଁକି ମିଳିପାରୁନଥିଲା । କାରଣ ଏଠାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କ ସହିତ ମିଶି ଚାଷିମାନଙ୍କ ସ୍ୱାର୍ଥ ବିରୋଧରେ କାମ କରୁଥିଲେ। କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ପରେ ଚାଷୀମାନଙ୍କର ବୀମା ରାଶିକୁ ବୀମା କମ୍ପାନୀମାନେ ଚାଷୀମାନଙ୍କୁ ଦେଲେ । ଓଡିଶାରେ ବରଗଡ ଜିଲ୍ଲାରେ ସବୁଠାରୁ ବେଶି ଧାନ ଉତ୍ପାଦନ ହୁଏ। କେନ୍ଦ୍ରରେ ଥିବା ମୋଦିଙ୍କର ବିଜେପି ସରକାର ଧାନ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା ଦିଅନ୍ତି । ହେଲେ ଏଠାରେ ଚାଷୀମାନେ ଧାନ ମଣ୍ଡିରେ ବିକି ପାରନ୍ତି ନାହିଁ । ଯାହା ଫଳରେ ଚାଷୀ ଧାନକୁ ବାହାରେ କ୍ୱିଂଟାଲ ପିଛା ୧୦୦୦ ଟଙ୍କା କମରେ ବିକ୍ରି କରେ। ରାଜ୍ୟରେ ଥିବା ସରକାର ଚାଷୀମାନଙ୍କୁ ସବୁବେଳେ ପ୍ରତାରଣା କରିଆସିଛି ବୋଲି ତୋମାର କହିଛନ୍ତି ।
ପ୍ରଦୀପ ପୁରୋହିତ ହେଉଛନ୍ତି ଚାଷୀଙ୍କର ନେତା । ଚାଷୀମାନଙ୍କର ଅଧିକାର ପାଇଁ ସେ ସବୁବେଳେ ସ୍ୱର ଉଠାଇ ଆସିଛନ୍ତି । ଏହି ଉପନିର୍ବାଚନରେ ଚାଷୀମାନଙ୍କର ସ୍ୱର ଉଠାଇବା ପାଇଁ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ପଦମପୁର ନିର୍ବାଚନ ମଣ୍ଡଳୀର ପଦମପୁର ଓ ପାଇକମାଳରେ ଦୁଇଟି ନିର୍ବାଚନରେ ସଭାକୁ ଉଦବୋଧନ ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତାଙ୍କ ସହିତ ଏହି ନିର୍ବାଚନ ସଭାରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରି, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କନକ ବର୍ଦ୍ଦନ ସିଂହଦେଓ, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ବିଧାୟକ ମୁକେଶ ମାହାଲିଙ୍ଗ, ନାଉରି ନାୟକ, କୁସୁମ ଟେଟେ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱିରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।