ଅଧିକ ପଢନ୍ତୁ ଭାରତ ଖବର
ସେ କହିଛନ୍ତି ଯେ ଏହା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା କୌଣସି ଜାତୀୟ ରାଜପଥରେ ଖାଲ ନ ଥିବା ସୁନିଶ୍ଚିତ କରାଯାଉଛି । ସେ ଆହୁରି କହିଛନ୍ତି କି ବିଲ୍ଡ-ଅପରେଟ-ଟ୍ରାନ୍ସଫର ବା ବିଓଟି ମୋଡରେ ରାସ୍ତା ନିର୍ମାଣକୁ ପ୍ରାଥମିକତା ଦିଆଯାଉଛି । ସାଧାରଣତ ପ୍ରୋକ୍ୟୋରମେଣ୍ଟ ଆଣ୍ଡ ପନଷ୍ଟକଶନ ଅଧୀନରେ ଯେକୌଣସି ରାସ୍ତା ନିର୍ମିତ ହୁଏ । ସେଗୁଡିକର ଅନେକ ରକ୍ଷଣାବେକ୍ଷଣ ଆବଶ୍ୟକ ହୁଏ ।
ବିଲ୍ଡ-ଅପରେଟ-ଟ୍ରାନ୍ସଫର ଅଧୀନରେ ରାସ୍ତା ନିର୍ମାଣ ବେଶ ସୁରକ୍ଷିତ ଏବଂ ଉଚ୍ଚ କ୍ଷମତା ସଂପନ୍ନ ପ୍ରକ୍ରିୟାରେ ନିର୍ମାଣ କରାଯାଇଥାଏ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଓଟି ଅଧୀନରେ, ନିର୍ମିତ ରାସ୍ତାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଆସନ୍ତା ୧୫ରୁ ୨୦ବର୍ଷ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟରଙ୍କୁ ବହନ କରିବାକୁ ପଡିଥାଏ । ଯାହା ରାସ୍ତା ନିର୍ମାଣରେ ଦୁର୍ନୀତି ରୋକିବାରେ ବେଶ ସହାୟକ ହୁଏ ।