ନୂଆଦଲ୍ଲୀ: କୋଭିଡର ଏକ ସମ୍ଭାବ୍ୟ ତୃତୀୟ ତରଙ୍ଗ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ ଲକ୍ଡାଉନରୁ ନିସ୍ତାର ମିଳିବାକୁ ଯାଇଛି। ଅନଲକ୍ ଆଡ଼କୁ ପାଦ ବଢ଼ାଉଛି ଦିଲ୍ଲୀ। ଦିଲ୍ଲୀରେ କ୍ରମାଗତ ଭାବେ ହ୍ରାସ ହେଉଥିବା କରୋନା ସଂକ୍ରମଣକୁ ଧ୍ୟାନରେ ରଖି ଅନଲକ୍-5 ରେ କୋର୍ଟ ଏବଂ ଘରୁ ବାହାରିବା, ଭୋଜି ହଲ୍, ବିବାହ ହଲ୍, ହୋଟେଲରେ ବିବାହ କରିବାକୁ ଅନୁମତି ଦିଆଯିବ। ସୋମବାର ଠାରୁ ଫିଟନେସ୍ ସେଣ୍ଟର, ଜିମ୍ ଏବଂ ଯୋଗ କେନ୍ଦ୍ରକୁ ମଧ୍ୟ ଦିଲ୍ଲୀବାସି ଯାଇପାରିବେ । ତଥାପି, ଶୁଦ୍ଧିକ୍ରିୟାରେ 20 ରୁ ଅଧିକ ଲୋକ ଯୋଗଦେବେ ନାହିଁ ।
ଅନଲକ୍ -5 ସମ୍ବନ୍ଧରେ ଶନିବାର ଜାରି କରାଯାଇଥିବା ଆଦେଶରେ 50 ଜଣଙ୍କୁ ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ଦିଆଯାଇଛି। ଏହି ସମାରୋହ ପାଇଁ ଭୋଜି ହଲ୍, ବିବାହ ହଲ୍, ହୋଟେଲରେ 50 ଜଣଙ୍କ ଉପସ୍ଥିତିରେ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ସେହି ସ୍ଥାନରେ କୋଭିଡ୍ ପ୍ରୋଟୋକଲ୍ ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: